Latest Odisha News

BREAKING NEWS

ବିଭିନ୍ନତା ମଧ୍ୟରେ ଏକତାର ଝଲକ ଦେଖାଇବ ନୂଆ ସଂସଦ ଭବନ; ରହିଛି ସବୁ ରାଜ୍ୟ ସଂସ୍କୃତି

ନୂଆଦିଲ୍ଲୀ: ରାତି ପାହିଲେ ଉଦଘାଟନ ହେବ ନୂଆ ସଂସଦ ଭବନ । ଏହି ନୂଆ ସଂସଦ ଭବନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ରହିବ ସବୁ ରାଜ୍ୟ ପ୍ରତୀକ । ସମଗ୍ର ଦେଶର କଳା ସଂସ୍କୃତି ଓ ବିଶେଷତ୍ୱ ଏହି ସଂସଦ ଭବନରେ ଦେଖିବାକୁ ମିଳିବ ।

ମହାରାଷ୍ଟ୍ର ନାଗପୁରର ଶାଗୁଆନ କାଠ, ଉତ୍ତରପ୍ରଦେଶ ମିର୍ଜାପୁରର କାର୍ପେଟ, ତ୍ରିପୁାରାର ବାଉଁଠ ପ୍ଲୋରିଂ, ରାଜସ୍ଥାନର ପଥର କାରୁକାର୍ଯ୍ୟର ନିଦର୍ଶନ ସବୁ  ଦେଖିବାକୁ ମିଳିବ ନୂଆ ସଂସଦ ଭବନରେ  । ବିଭିନ୍ନତା ମଧ୍ୟରେ ଏକତାର ଝଲକ ଦେଖାଇବ । ଗୋଟିଏ ଭାରତ ଶ୍ରେଷ୍ଠ ଭାରତର ନଦର୍ଶନ ହେବ ଏହି ନୂଆ ସଂସଦ ଭବନ ।

 ନୂଆ ସଂସଦ ଭବନରେ କେଉଁ ରାଜ୍ୟର କେଉଁ ଜିନିଷ ସ୍ଥାନ ପାଇବ ଆସନ୍ତୁ ଜାଣିବା

-ରାଜସ୍ଥାନ ସର୍ମାଥୁରାର ନାଲି ଓ ଧଳା ସାଣ୍ଡ ଷ୍ଟୋନ

-ରାଜସ୍ଥାନ ଉଦୟପୁରର କେସରିଆ ଗ୍ରୀନ ଷ୍ଟୋନ,  ଆଜମେରର ନାଲି ଗ୍ରାନାଇଟ, ଅମ୍ବାଜୀର ଧଳା ମାର୍ବଲ

-ମହାରାଷ୍ଟ୍ର ନାଗପୁରର ଚନ୍ଦନ କାଠ

-ମୁମ୍ବାଇର ଫର୍ଣ୍ଣିଚର

-ଲୋକସଭା ଓ ରାଜ୍ୟସଭା ଚାମ୍ବରରେ ଫଲ୍ସ ସିଲିଂ ପାଇଁ ଲାଗିଥିବା ଷ୍ଟିଲ ଷ୍ଟ୍ରକ୍ଚର ଡାମନ ଡିଉର

– ମୁମ୍ବାଇର କାର୍ପେଟ

-ରାଜସ୍ଥନା ଏବଂ ଉତ୍ତରପ୍ରଦେଶ ନଇଡାର ପଥର ଜାଲି

– ମହାରାଷ୍ଟ୍ର ଔରଙ୍ଗାବାଦ ଏବଂ ରାଜସ୍ଥାନ ଜୟପୁରରୁ ଆସିଥିବା ସମାଗ୍ରୀରେ  ଅଶୋକ ସ୍ତମ୍ଭ

– ଲୋକସଭା ଓ ରାଜ୍ୟସଭା ଚାମ୍ବରରେ ୱାଲରେ ଲାଗିଥିବା ଅଶୋକ ଚକ୍ର ଓ ବାହାର କାମ ପାଇଁ ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଥିବା ସମଗ୍ରୀ ବ୍ୟବହାର କରାଯାଇଛି

-ରାଜସ୍ଥାନର କୋଟପୁତୁଲି, ଉଦୟପୁର ଆବୁ ରୋଡରୁ ଆସିଥିବା କାରିଗରମାନେ ପଥର ଖୋଦେଇ କାମ କରିଛନ୍ତି

-ଏଥିରେ ବ୍ୟବହୃତ ହୋଇଥିବା ବାଲ ହରିଆଣାର ଚରଖିଦାଦ୍ରିରୁ ନିଆ ଯାଇଛି

-କୋଠାରେ ବ୍ୟବହୃତ ହୋଇଥିବା ପାଉଁଶ ଇଟା ହରିଆଣା ଓ ଉତ୍ତର ପ୍ରଦେଶରୁ ଆସିଛି । ଗୁଜରାଟର ବ୍ରାସ କାମ ଏଠାରେ ଲାଗିଛି

Comments are closed.