Latest Odisha News

BREAKING NEWS

ଆକଳନ ଠାରୁ ଅଧିକ ରହିଲା ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ବିଶ୍ୱରେ ପ୍ରତିକୂଳ ପରିସ୍ଥିତି ଲାଗି ରହିଥିବା ବେଳେ ଗତ ଆର୍ଥିକ ବର୍ଷ ତୁଳନାରେ ଭାରତ ଭଲ ପ୍ରଦର୍ଶନ କରିଛି । ବୁଧବାର ସରକାରଙ୍କ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଅଭିବୃଦ୍ଧି ହାର ଆକଳନ ଠାରୁ ଅଧିକ ରହିଛି । ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୈମାସିକରେ ଭାରତୀୟ ଅର୍ଥ ବ୍ୟବସ୍ଥା ୬.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ୨୦୨୨-୨୩ ବର୍ଷରେ ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିଛି ।

ଡିସେମ୍ବର ତ୍ରୈମାସିକରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିଥିଲା । ମାର୍ଚ୍ଚ ତ୍ରୈମାସିକ ସବୁ କ୍ଷେତ୍ରରେ ପ୍ରଦର୍ଶନ ଭଲ ଥିଲା । କୃଷି କ୍ଷେତ୍ରରେ ୫.୫ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଉଦ୍ୟୋଗ କ୍ଷେତ୍ରରେ ଅଭିବୃଦ୍ଧି ହାର ୪.୫ ପ୍ରତିଶତ ରହିଥିଲା । ସେହିଭଳି ନିର୍ମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ୧୦.୪ ପ୍ରତିଶତ ଥିଲା ।

୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟକ୍ତି ପିଛା ଜିଡିପି ୧, ୯୬, ୯୮୩ ଟଙ୍କା ରହିଥିଲା । ଆଗାମୀ ସମୟରେ ଏହି ଅଭିବୃଦ୍ଧି ଆହୁରି ବଢ଼ିବା ସମ୍ଭାବନା ରହିଛି । ଏନଏସଓର ଅନୁମାନ ଅନୁସାରେ, ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ବିକାଶ ଦର ୧୩.୧ ପ୍ରତିଶତ ରହିପାରେ ।

Leave A Reply

Your email address will not be published.