Latest Odisha News

BREAKING NEWS

୨ ସାଙ୍ଗକୁ ଛାଡ଼ିବାକୁ ଯାଇ ଶବ ହୋଇ ଫେରିଲେ ଲକ୍ଷ୍ମୀଧର

ସାଲେପୁର: ବାଲେଶ୍ୱରର ବାହାନଗା ଟ୍ରେନ୍ ଟ୍ରାଜେଡି ଅନେକ ଜୀବନ ନେଇଛି । କିଏ ପେଟ ପୋଷିବାକୁ ରାଜ୍ୟ ବାହାରକୁ ଯାଉଥିବା ବେଳେ ଆଉ କିଏ ଘରକୁ ଫେରୁଥିବା ବେଳେ ଜୀବନ ହାରିଛି । ସେହିଭଳି କଟକ ଜିଲ୍ଲା ନେମାଳ ଥାନା କୁଆଡୋଳ ଗାଁର ୨୧ ବର୍ଷର ଲକ୍ଷ୍ମୀଧର ସାହାଣୀ କରମଣ୍ଡଳ ଏକ୍ସପ୍ରେସରେ ଘରକୁ ଫେରୁଥିବା ବେଳେ ପ୍ରାଣ ହରାଇଛନ୍ତି ।

ବାହାନଗାରେ ଟ୍ରେନ୍ ଦୁର୍ଘଟଣାର ଠିକ୍ ୧୫ ମିନିଟ୍ ପୂର୍ବରୁ ୨ ସାଙ୍ଗକୁ ଛାଡ଼ି କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ ଲକ୍ଷ୍ମୀଧର । ହେଲେ କିଏ ଜାଣିଥିଲା ଘରକୁ ଫେରୁଥିବା ଲକ୍ଷ୍ମୀଧର ଅଫେରା ବାଟର ପଥିକ ହୋଇଯିବେ ବୋଲି ।

କେନ୍ଦ୍ରାପଡ଼ା ସରକାରୀ ପଲିଟେକନିକ୍ କଲେଜରେ ଡିପ୍ଲୋମା ପାଠ ସାରି କ୍ୟାମ୍ପସରେ ମନୋନୀତ ହୋଇଥିଲେ ଲକ୍ଷ୍ମୀଧର । ଶୁକ୍ରବାର ୨ ସାଙ୍ଗକୁ ବାଲେଶ୍ୱରରେ ଛାଡ଼ି ସେ କରମଣ୍ଡଳ ଏକ୍ସପ୍ରେସରେ ଫେରୁଥିଲେ । ହେଲେ ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ଲକ୍ଷ୍ମୀଧରଙ୍କ ମୃତ୍ୟୁ ହୋଇଛି ।

ବାଲେଶ୍ୱରରରୁ ଟ୍ରେନ୍ ଛାଡ଼ିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ସବୁକିଛି ଓଲଟପାଲଟ ହୋଇଯିବା ସହ କାଳ ଲକ୍ଷ୍ମୀଧରଙ୍କୁ କୋଳେଇ ନେଇଛି । ଶନିବାର ଅପରାହ୍ଣରେ କୁଆଡୋଳ ଗାଁରେ ଲକ୍ଷ୍ମୀଧରଙ୍କ ମୃତଦେହ ପହଞ୍ଚିବା ପରେ ସମସ୍ତେ ଶୋକରେ ଡୁବି ଯାଇଛନ୍ତି ।

Leave A Reply

Your email address will not be published.