Latest Odisha News

କହିଥିଲେ କାମ କରି ସବୁ ଋଣ ସୁଝିଦେବି.. ସ୍ୱପ୍ନ ଉଜାଡି ଦେଲା ଟ୍ରେନ ଦୁ୍ର୍ଘଟଣା

ନୀଳଗିରି: ଭୟଙ୍କର ଥିଲା ବାହାନଗା ଟ୍ରେନ ଦୁର୍ଘଟଣା  । ଛାତି ଥରାଇ ଦେଇଥିଲା । ନିମିଷକରେ ଚାଲିଗଲା ଶହଶହ ଜୀବନ । ଖାଲି ଜୀବନ ନେଇ ଯାଇନି ଏ ଦୁର୍ଘଟଣା ! ତ ପଛରେ କେତେ ଯେ ଅକୁହା..ଲୁହଭିଜା କାହାଣୀ ଦେଇ ଯାଇଛି ! କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ବାପା-ମା’ଙ୍କୁ ହରାଇ କାନ୍ଦୁଛି । କିଏ ଏ ଯାଏ ନିଖୋଜ ଆତ୍ମୀୟଙ୍କୁ ଅନେକ ଆଶା ନେଇ ଖୋଜୁଛନ୍ତି ।

ଏପରି ସ୍ଥିତିରେ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା   ଧାରକରଜ କରି ଝିଅ ବାହାଘର କରିଥିଲେ ସେ ଋଣ ମୁଣ୍ଡ ଉପରେ ବୋଝ ହୋଇଥିଲା କେମିତି ସେ ଋଣ ଶୁଝିବେ ଭାବି ପାରି ବାହାରିଥିଲେ ସୁଦୂର ଚେନ୍ନାଇ ଯିବାକୁ ସେଠାରେ କାମ କରିବେ.. ଋଣ ଶୁଝିବେ ହେଲେ ଏମିତି ମୃ୍ତ୍ୟୁ ତାଙ୍କୁ ଡାକିନେବ ବୋଲି କିଏ ଜାଣିଥିଲା ! ଦୁଃଖଦ ଖବର ନୀଳିଗିରି ମୁଖି ସାହିର

ମୁଖୀ ସାହିର କୁନା ମୁଖି ପତ୍ନୀଙ୍କୁ କହି ଯାଇଥିଲେ, ‘ତୁ ବ୍ୟସ୍ତ ହେବୁନି ମୁଁ ଚେନ୍ନାଇ ଯାଉଛି କାମ କରି ସବୁ ଋଣ ଶୁଝିଦେବି ହେଲେ ଋଣ ସୁଝିବେ ସଂସାର ଉଜାଡି ଦେଇ ଚାଲିଗଲେ   ଗତ ଶୁକ୍ରବାର ସନ୍ଧ୍ୟାରେ   କରମଣ୍ଡଳ ଟ୍ରେନରେ ଚେନ୍ନାଇ ବାହାରିଥିଲେ। କିଛି ସମୟ ପରେ ରେଳ ଦୁର୍ଘଟଣା  ଖବର ଆସିଲା। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି କୁନାଙ୍କୁ ଗୁରୁତର ହୋଇଥିବା ଜାଣିବାକୁ ପାଇଥିଲେ  ପରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତି ହୋଇଥିବା ସୂଚନା ପାଇଲେ। ସେଠାରେ ଦେଖିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।

ଘରେ ବୁଢୀ ମା’, ପତ୍ନୀ ଏବଂ ଛୋଟ ପୁଅ ମୁଣ୍ଡପିଟି କାନ୍ଦୁଛନ୍ତି ରୋଜଗାରିଆ ମଣିଷକୁ ହରାଇବା ପରେ ଘର କେମିତି ଚଳେଇବେ ପତ୍ନୀଙ୍କ ଆଖିରୁ ନିଦ ହଜି ଯାଇଛି

Comments are closed.