Latest Odisha News

BREAKING NEWS

ବିଜେପି କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ଼, ମୁଖପାତ୍ରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ ନେଇ ଥାନାରେ ମାମଲା

ଭୁବନେଶ୍ୱର: ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟ ଉପରକୁ ଢେଲା ପଥର ମାଡ ହୋଇଛି। ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ସେ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୁତ୍ତଙ୍କ ଢେଲା ପଥର ମାଡରେ ବିଜେପି କାର୍ଯ୍ୟାଳୟରେ ଲାଗିଥିବା କାଚ ଗୁଡ଼ିକ ଭାଙ୍ଗି ଯାଇଛି। ଏହାସହ ଦୁର୍ବୃତ୍ତମାନେ ଅନ୍ୟ କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ସୂଚନା ମିଳିଛି।ମାମଲା ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବିରଞ୍ଚିଙ୍କ ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ୮ଟାରେ ଦୁଇ କେନ୍ଦ୍ର ମନ୍ତ୍ରୀ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଚାଲିଯିବା ପରେ ଦୁଇ ଦୁର୍ବୃତ୍ତ ଆସି ଖରାପ ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟାଳୟ ଭିତରକୁ ପଶିଥିଲେ। ଜଣେ ବିଜେପି କର୍ମୀଙ୍କୁ ପଥର ମାଡ଼ କରିଥିଲେ। ବିଜେପି କର୍ମୀମାନେ ୨ଜଣ ଦୁର୍ବୃତ୍ତଙ୍କୁ କାବୁ କରି ନେବାରୁ ସେମାନେ ଆମ କର୍ମକର୍ତ୍ତାଙ୍କୁ ଭୁଲମାଗି ଥିଲେ। ଆମେ ସେମାନଙ୍କୁ ଛାଡ଼ି ଦେବା ସହି ଥାନାରେ ଫୋନ କରି ଅଭିଯୋଗ କରିଥିଲୁ ବୋଲି ବିରଞ୍ଚି ଅଭିଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ସରିବା ପରେ ପୁଣି ରାତି ୧୧ଟା ବେଳେ ୨ ଜଣ ଦୁର୍ବୃତ୍ତ ଆସି କାର୍ଯ୍ୟାଳୟ ଉପରକୁ ଟେକା ପଥର ମାଡ଼ କରିବା ସହ ତାଙ୍କୁ ମଧ୍ୟ ଗାଳିଗୁଲଜ କରି ପଥର ମାଡ଼ କରିଥିଲେ। ଏନେଇ ବିଜେପି କର୍ମୀ ପିସିଆରକୁ ଫୋନ କରିବାରୁ ପୁଲିସ ପହଞ୍ଚିବା ପରେ ପୁଲିସ କାବୁ ଦୁର୍ବୃତ୍ତଙ୍କୁ କାବୁ କରିଛି। ସେମାନେ ବିଜେପି କାର୍ଯ୍ୟାଳୟ ଉଡ଼ାଇ ଦେବୁ ବୋଲି ଧମକ ଦେଇଥିବା ବିଜେପି ମୁଖପାତ୍ର ବିରଞ୍ଚି ତ୍ରିପାଠୀ ଅଭିଯୋଗ କରିଛନ୍ତି।

Comments are closed.