Latest Odisha News

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ନିରାଶ ହୋଇ ଫେରିଲେ କୁସ୍ତି ଯୋଦ୍ଧା; ଚାଲିଛି ପରବର୍ତ୍ତୀ ପ୍ଲାନ୍ ପ୍ରସ୍ତୁତ

ନୂଆଦିଲ୍ଲୀ: କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ ନେଇ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା। ହେଲେ ଫୁଶ ଶୂନ। ଆନ୍ଦୋଳନକାରୀମାନେ ଗୃହମନ୍ତ୍ରୀଙ୍କ ଠାରୁ ଯାହା ଆଶା କରିଥିଲେ ତାହା ମିଳିଲାନି। ବୈଠକ ଫଳପ୍ରଦ ହେଲା ନାହିଁ ବୋଲି କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକଙ୍କର ସ୍ୱାମୀ ସତ୍ୟବ୍ରତ କାଦିଆନ କହିଛନ୍ତି।

ଦିଲ୍ଲୀ ସ୍ଥିତ ବାସଭବନରେ କୁସ୍ତି ଯୋଦ୍ଧାଙ୍କ ବୈଠକ କରିଥିଲା ଗୃହମନ୍ତ୍ରୀ ଅମିତ ଶାହ। ଶନିବାର ବିଳମ୍ବରେ ହୋଇଥିବା ଏହି ବୈଠକ ରାତି ପର୍ଯ୍ୟନ୍ତ ଚାଲିଥିଲା। ଶାହଙ୍କୁ ଭେଟି ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଦାବି କରିଥିଲେ କୁସ୍ତି ଯୋଦ୍ଧା।

ଏନେଇ ସତ୍ୟବ୍ରତ ସୂଚନା ଦେଇ କହିଛନ୍ତି “ଗୃହମନ୍ତ୍ରୀଙ୍କ ଠାରୁ ଯାହା ଆଶା ଥିଲା ସେପରି କିଛି ମିଳିଲାନି। ତେଣୁ ଆମେ ସେଠାରୁ ଚାଲିଆସିଲୁ। ଆମେ ତଳକୁ ନଇଁବୁନି। ଭବିଷ୍ୟତରେ କଣ ପଦକ୍ଷେପ ନିଆଯିବ ତାର ଯୋଜନା ଚାଲିଛି।” କୁସ୍ତିଯୋଦ୍ଧାମାନେ ପରବର୍ତ୍ତି ପଦକ୍ଷେପ ପାଇଁ ପ୍ରସ୍ତୁତ ହେଉଥିବା ସତ୍ୟବ୍ରତ ସୂଚନା ଦେଇଛନ୍ତି।

ଦିଲ୍ଲୀ ଜନ୍ତରମନ୍ତର ଧାରଣା ସ୍ଥଳକୁ ପୁଲିସ ଉଚ୍ଛେଦ କରିବା ପରେ କୁସ୍ତି ଯୋଦ୍ଧାମାନେ ସେମାନଙ୍କ ମେଡାଲକୁ ଗଙ୍ଗାରେ ବୁହାଇ ଦେବାକୁ ବାହାରିଥିଲେ। ହେଲେ କୃଷକ ନେତା ରାକେଶ ଟିକାୟତ ହସ୍ତକ୍ଷେ ପରେ ସେମାନେ ଅଟକିଥିଲେ। ବ୍ରିଜ ଭୂଷଣଙ୍କୁ ଗିରଫ କରିବାକୁ ଜୁନ ୯ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ଅଲ୍‌ଟିମେଟମ ଦିଆଯିବା ପରେ କୁସ୍ତିଯୋଦ୍ଧାମାନେ ଗଙ୍ଗାକୂଳରୁ ଫେରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ କୁସ୍ତିଯୋଦ୍ଧାମାନେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ମନ୍ତ୍ରୀ ଖେଳାଳିମାନଙ୍କୁ ନ୍ୟାୟୋଚିତ ତଦନ୍ତତ କରି କାର୍ଯ୍ୟାନୁଷ୍ଠାନ ନେବାକୁ  ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ଥାଉକି WFI ଅଧ୍ୟକ୍ଷ ବ୍ରିଜ ଭୂଷଣଙ୍କ ବିରୋଧେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି କୁସ୍ତିଯୋଦ୍ଧା। ଅଭିଯୋଗ କାରିଣୀଙ୍କ ମଧ୍ୟରୁ ଜଣେ ନାବାଳିକା ରହିଥିବାରୁ ବ୍ରିଜ ଭୂଷଣ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି। ଘଟଣାରେ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି। ହେଲେ ବ୍ରିଜ ଭୂଷଣ ଏପର୍ଯ୍ୟନ୍ତ ଗିରଫ ହୋଇପାରି ନାହାନ୍ତି।

Comments are closed.