Latest Odisha News

BREAKING NEWS

ଘର ପଶ୍ଚିମବଙ୍ଗ କିନ୍ତୁ ପୁଅର ଶବ ନେଇଛନ୍ତି ବିହାରର ଅନ୍ୟ ଜଣେ!

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ମର୍ମନ୍ତୁଦ ରେଳ ଦୁର୍ଘଟଣାର ପରିଣାମ କେତେ ଜୟ ହୃଦୟବିଦାରକ ରହିଛି ତାହା ଏବେ ଆହୁରି ଜଣାପଡୁଛି ଯେତେବେଳେ ମର ଶରୀରକୁ ପରିବାର ଖୋଜୁଛି କିନ୍ତୁ ପାଉ ନାହିଁ। ଆଉ ପଶ୍ଚିମବଙ୍ଗରୁ ଆସି ପୁଅର ମୃତଦେହ ନେବାକୁ ଅପେକ୍ଷା କରିଥିବା ବେଳେ ବିହାରର ଆଉ ଜଣେ ବ୍ୟକ୍ତି ଆସି ତାଙ୍କର ପୁଅର ମୃତ ଦେହକୁ ନେଇଯାଇଥିବା ଦାବି କରିଛନ୍ତି। ଯେହେତୁ ରେଳବାଇ ତାଙ୍କ ପୁଅର ଫଟୋ ଜାରି କରିଥିଲା ଏହା ଦେଖି ସେ ପଶ୍ଚିମବଙ୍ଗରୁ ଆସିଥିଲେ କିନ୍ତୁ ଏବେ ତାଙ୍କ ପୁଅର ମୃତଦେହକୁ ନେବାରେ ବିଫଳ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ବାସିନ୍ଦା ଶିବକାନ୍ତ ରାୟ ସେହି ରାତିରେ ତାଙ୍କ ୨୪ ବର୍ଷିୟ ପୁଅକୁ କରମଣ୍ଡଳ ଏକ୍ସପ୍ରେସରେ ବସାଇଥିଲେ। ଦୁର୍ଘଟଣା ପରେ ରେଳବାଇ ନିଜ ଓ୍ୱେବସାଇଟରେ ଫଟୋ ସମେତ ଯାତ୍ରୀ ତାଲିକା ପ୍ରକାଶ କରିଛି।

‘ଏହା ମୋ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ଥିଲା। ଭାରି ମନରେ ମୁଁ ଓ ମୋର ବଡ଼ ଭାଇ ତାର ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ଆଣିବା ପାଇଁ ବାଲେଶ୍ୱର ଆସିଲୁ। ରେଳବାଇ ପକ୍ଷରୁ ଜାରି କରାଯାଇଥିବା ଫଟୋ ତାଲିକାରୁ ମୁଁ ମୋ ପୁଅକୁ ଚିହ୍ନଟ କରିଛି। ତାଙ୍କୁ ୧୪ ନମ୍ବର ସିରିୟଲରେ ଲିଷ୍ଟ କରାଯାଇଥିଲା। ତେବେ ଶବକୁ ଦାବି କରିବାକୁ ଆମେ ବାଲେଶ୍ୱର ଡାକ୍ତରଖାନା ନିକଟରେ ଥିବା ଏକ ସ୍ଥାନକୁ ଯାଇଥିଲୁ, ଅଧିକାରୀମାନେ ଆମକୁ ସୂଚନା ଦେଇଥିଲେ ଯେ ଏହାକୁ ଭୁବନେଶ୍ୱରର କିମ୍ସକୁ ପଠାଯାଇଛି’। ଶିବାକାନ୍ତ ଗଣମାଧ୍ୟମକୁ ଏହା କହିଛନ୍ତି।

ପୁଅକୁ ହରାଇ ନିରାଶ ହେବା ଓ ଶବକୁ ଉଦ୍ଧାର କରିବାରେ ଅସମର୍ଥ ହେବା ସତ୍ତ୍ୱେ ଶିବକାନ୍ତ ଓ ତାଙ୍କ ଭାଇ କିମ୍ସ ହସ୍ପିଟାଲ ଯାଇଥିଲେ। ମୃତଦେହ ସମ୍ପର୍କରେ ପଚରାଉଚରା କରିବାରୁ ସେମାନେ ଜାଣିବାକୁ ପାଇଥିଲେ ଯେ ଏହା ପୂର୍ବରୁ ଅନ୍ୟ କେହି ଦାବି କରିଛି, ଆବଶ୍ୟକ କାଗଜପତ୍ର ଯୋଗାଡ଼ କରି ତାଙ୍କ ପୁଅର ଶବକୁ ନେଇ ଯାଇଛି।

କିମ୍ସରେ ଥିବା ଶବାଗାରରେ ଥିବା ଅଧିକାରୀଙ୍କୁ ମୁଁ ମୋ ପୁଅର ଫଟୋ ଦେଖାଇଥିଲି। ଶବଟି ମୋ ପୁଅର କି ନାହିଁ ସେ ନେଇ ସେମାନେ ସନ୍ଦେହ ପ୍ରକାଶ କରିଥିଲେ। ସେମାନେ ମୁହଁର ଗଠନ, ବିଶେଷ କରି ନାକ ଏବଂ ଗାଲର ହାଡ଼ରେ ପାର୍ଥକ୍ୟ ଦର୍ଶାଇଛନ୍ତି। ଯେତେବେଳେ ମୁଁ ଜିଦ୍ ଧରିଥିଲି, ସେମାନେ ମୋତେ ସୂଚନା ଦେଇଥିଲେ ଯେ ବିହାରର ଜଣେ ବ୍ୟକ୍ତି ଶବକୁ ଆବଶ୍ୟକ ପ୍ରମାଣ ସହିତ ଦାବି କରିଛନ୍ତି ଏବଂ ଏହାକୁ ନେଇଯାଇଛନ୍ତି ବୋଲି କହି ଶିବକାନ୍ତ ଦୁଃଖ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କିମ୍ସ କର୍ତ୍ତୃପକ୍ଷ ତାଙ୍କ ରକ୍ତ ନମୁନାକୁ ଡିଏନ୍ଏ ପରୀକ୍ଷା ପାଇଁ ନେଇଥିଲେ। ତଥାପି ମୋତେ ରିପୋର୍ଟ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ମୁଁ କ’ଣ କରିବି ଏବଂ କାହା ନିକଟକୁ ଯିବି ତାହାକୁ ନେଇ ମୁଁ ବଡ କଷ୍ଟରେ ଅଛି। ଶେଷଥର ପାଇଁ ପୁଅକୁ ଦେଖିପାରିଲାନି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକୃତରେ ଏହା ଦୁର୍ଭାଗ୍ୟଜନକ ଯେ, ମୁଁ ମୋ ମୃତ ପୁଅର ଅନ୍ତିମ ସଂସ୍କାର କରିବାରେ ଅସମର୍ଥ।

ରେଳ ବିଭାଗ ଯାତ୍ରୀଙ୍କ ଫଟୋ ଜାରି କରିବା ପରେ ଶିବକାନ୍ତ ଏବଂ ତାଙ୍କ ପରିବାର ନିଜ ପୁଅର ମୃତଦେହ ଉଦ୍ଧାର କରିବାରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜକୁ ଦର୍ଶାଉଛି। ଡିଏନ୍ଏ ପରୀକ୍ଷା ଫଳକୁ ଅପେକ୍ଷା କରି ସେମାନେ ଏବେ ପୁଅର ଶବ ଫେରିପାଇବେ ବୋଲି ଆଶା ରଖିଛନ୍ତି।

Comments are closed.