ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡର ମୋଇନ ଅଲୀ ଟେଷ୍ଟ କ୍ରିକେଟ ଅବସର ନିଷ୍ପତିରୁ ଓହରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ପାଇଁ ଦଳରେ ତାଙ୍କର ଆବଶ୍ୟକତା ରହିଛି ବୋଲି ଅଧିନାୟକ ବେନ ଷ୍ଟୋକ୍ସ, ମୂଖ୍ୟ କୋଚ ବ୍ରାଣ୍ଡେନ ମ୍ୟାକକୁଲାମ ଓ ମ୍ୟାନେଜିଂ ଡାଇରେକ୍ଟର ରବର୍ଟ କିସ ଅନୁରୋଧ କରିବା ପରେ ସେ ଏହି ନିଷ୍ପତି ନେଇଛନ୍ତି । ଇଂଲଣ୍ଡ କ୍ରିକେଟ ବୋର୍ଡ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ମୋଇନ ୨୦୨୧ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ସେ ଦିନିକିଆ ଓ ଟି୨୦ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ମୋଇନଙ୍କୁ ସ୍ପିନର ଜ୍ୟାକ ଲିଚଙ୍କ ସ୍ଥାନରେ ସାମିଲ କରାଯାଇଛି ।
ଆଶେସ ସିରିଜ ୧୬ ଜୁନରୁ ଆରମ୍ଭ ହେବ । ମୋଇନ ୨୦୧୪ରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିଲେ । ୨୦୨୧ ଭାରତ ବିପକ୍ଷରେ ସେ ଶେଷ ଟେଷ୍ଟ ଖେଳିଥିଲେ । ୬୪ ମ୍ୟାଚରୁ ୫ ଶତକ ଓ ୧୪ ଅର୍ଦ୍ଧଶତକ ସହ ୨୯୧୪ ରନ କରିଥିବା ବେଳେ ୧୯୫ ୱିକେଟ ଅକ୍ତିଆର କରିଛନ୍ତି ।
ଆଶେସ ସିରିଜ ପାଇଁ ଇଂଲଣ୍ଡ ଟିମ: ବେନ ଷ୍ଟୋକ୍ସ(ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋନାଥନ ବେୟାରଷ୍ଟୋ, ମୋଇନ ଅଲୀ, ଷ୍ଟୁଆର୍ଟ ବ୍ରଡ, ହ୍ୟାରୀ ବ୍ରୁକ, ଜ୍ୟାକ କ୍ରଲି, ବେନ ଡକେଟ, ଡେନ ଲରେନ୍ସ, ଅଲୀପପ, ମାଥ୍ୟୁ ପଟ୍ସ, ଓଲି ରବିନସନ, ଜୋ ରୁଟ, ଜୋଶ ଟ୍ୟାଗ, କ୍ରିସ ୱକସ ଓ ମାର୍କ ଉଡ ।
Comments are closed.