ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧିହେଲେ ବଲିଉଡ଼ ଅଭିନେତ୍ରୀ ସୋନାଲି ସେହଗଲ । ସେ ତାଙ୍କ ପ୍ରେମିକ ଆଶିଷ ସଜନାନୀଙ୍କୁ ବିବାହ କରିଛନ୍ତି । ଦୀର୍ଘ ୫ ବର୍ଷ ଧରିି ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିଲେ । ଶେଷରେ ବିବାହ କରିଛନ୍ତି ।
ବୁଧବାର ମୁମ୍ବାଇରେ ସୋନାଲିଙ୍କ ବିବାହ ଉତ୍ସବ ଧୁମ୍ଧାମରେ ଆୟୋଜିତ ହୋଇଛି । ତାଙ୍କର ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟ ଓ କିଛି ଘନିଷ୍ଟ ବନ୍ଧୁ ଯୋଗ ଦେଇଥିଲେ । ବିବାହ ସମୟରେ ସୋନାଲି ଏକ ହାଲକା ଗୋଲାପି ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ତାଙ୍କ ସହ ଆଶିଷ ଧଳା ରଙ୍ଗର ସେରୱାନି ପିନ୍ଧିଥିଲେ, ଯେଉଁଥିରେ ଉଭୟେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି । ସୋନାଲିଙ୍କ ପୋଷା କୁକୁର ମଧ୍ୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଥିଲା । ଏହି ବିବାହ ଉତ୍ସବରେ ବଲିଉଡ କଳାକାର କାର୍ତ୍ତିକ ଆରୟନ, ପ୍ରଯୋଜକ ଲୁଭ୍ ରଞ୍ଜନ, ସନି ସିଂ, ସାହିଲ ସାଲାଥିଆ, ଶାମା ସିକନ୍ଦର ପ୍ରମୁଖ ଉପସ୍ଥିତ ଥିଲେ ।
ଫିଲ୍ମ ‘ପ୍ୟାର କା ପଞ୍ଚନାମା’ରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ସୋନାଲି । ଆଶିଷ ଜଣେ ବ୍ୟବସାୟୀ ଓ ତାଙ୍କର ଅନେକ ହୋଟେଲ ରହିଛି ।
Comments are closed.