Latest Odisha News

BREAKING NEWS

ଜମି ପାଇଁ ଜୀବନ ଗଲା, ଘର ଜଳିଲା

ଜୟପୁର:ଜମି ବିବାଦକୁ ନେଇ  ଜଘନ୍ୟ ହତ୍ୟାକାଣ୍ଡ । ଜମି ପାଇଁ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରିବା ପରେ ମୃତକଙ୍କ ପରିବାର ଲାେକ ଅପରପକ୍ଷର ଘର ଜାଳି ଦେଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ହନୁମାଲ ଗାଁରେ  ।

ମୃତ ଯୁବକଙ୍କ ନାଁ ବନ୍ଧୁ ବଡନାୟକ  । ଗତକାଲି ଗାଁ ନିକଟ ଜଙ୍ଗଲକୁ ବନ୍ଧୁ ଗାଈ ଚରାଇବାକୁ ଯାଉଥିଲେ । ଠିକ ସେହି ସମୟରେ ଗାଁ ଠାରୁ ପ୍ରାୟ ୫ଶହ ମିଟର ଦୂର ଜଙ୍ଗଲରେ ଶୁକ୍ରା ବଡନାୟକ ଓ ଡମୁ ବଡନାୟକ ଲୁଚି ରହିଥିଲେ ।  ଯୋଜନାବଦ୍ଧ ଭାବେ  ସେମାନେ ବନ୍ଧୁଙ୍କୁ ପଥରରେ ଆକ୍ରମଣ କରି ହତ୍ୟା କରିଥିଲେ ।

ଏପଟେ ମୃତ ଯୁବକଙ୍କ ପରିବାର ଲୋକେ ଏକଥା ଜାଣିବା ପରେ ପ୍ରତିଶୋଧପରାୟଣ ହୋଇ ଉଠିଥିଲେ । ଉତ୍ତ୍ୟକ୍ତ ହୋଇ ବନ୍ଧୁଙ୍କ ପରିବାର ଲୋକେ ଅଭିଯୁକ୍ତ ଶୁକ୍ରା ବଡନାୟକଙ୍କ ଘରେ ନିଆଁ ଲଗେଇ ଦେଇଥିଲେ । ଖବର ପାଇଁ ମାଛକୁଣ୍ଡ ପୁଲିସ ଓ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକଙ୍କ ଶବକୁ ଜଙ୍ଗଲରୁ ଉଦ୍ଧାର କରିଥିଲେ ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାଯାଇଛି,  ପୂର୍ବରୁ ମଧ୍ୟ ଜମି ବିବାଦକୁ ନେଇ  ଉଭୟ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଏ ନେଇ ସେମାନେ ପୂର୍ବରୁ ମାଛକୁଣ୍ଡ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ । ହେଲେ ଗତକାଲି ଏହି ଘଟଣା ବିସ୍ଫୋରକ ରୂପ ନେଇଛି । ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।  ସାଇଣ୍ଟିଫିକ ଦଳ ଆସି ଘଟଣାର ଯାଞ୍ଚ କରିବେ । ଅନ୍ୟପଟେ ମୃତ ଯୁବକଙ୍କ ମାଆ ଓ ସମ୍ପର୍କୀୟ ମାଛକୁଣ୍ଡ ଥାନାରେ ପହଞ୍ଚି ପୁଆକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିବା ସହ ଅଭିଯୁକ୍ତ ମାନଙ୍କ ବିରାଧରେ କାର୍ଯ୍ୟାନୁଷ୍ଠା କରିବାକୁ ଦାବି କରିଛନ୍ତି । ପାରିବାରିକ ଜମି ବିବାଦ ଓ ଅନୈତିକ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାଯାଇଥିବା ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ପ୍ରକାଶ କରିଛନ୍ତି । ତେବେ ପୋଲିସ  ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ  ଗିରଫ କରିଛି ।

Comments are closed.