Latest Odisha News

ଏବେ ଅଛନ୍ତି ୩ ପତ୍ନୀ ଓ ୬୦ ପିଲା … ତଥାପି ଆହୁରି ଇଛା

ପାକିସ୍ତାନ: ଆଜିକାଲି ସମସ୍ତଙ୍କ ପାଇଁ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଯଥେଷ୍ଟ । କାରଣ ପିଲାମାନଙ୍କ ପାଠପଢା ତଥା ଖାଦ୍ୟପେୟ ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଖାସ୍ ଏହି କାରଣରୁ ନିଜର ଗୋଟିଏ କି ଦୁଇଟି ସନ୍ତାନ ଭିତରେ ସୀମିତ ରହୁଛନ୍ତି ଦମ୍ପତ୍ତି । କିନ୍ତୁ ଏମିତି ବି ଜଣେ ବ୍ୟକ୍ତି ଅଛନ୍ତି ଯିଏ ତିନି ଜଣଙ୍କୁ ବିବାହ କରିବା ସହ ୬୦ ପିଲାର ବାପା ହୋଇଛନ୍ତି,ହେଲେ ତଥାପି ତାଙ୍କର ଇଛା ମରିନାହିଁ । ଏବେ ସେ ନିଜ ପାଇଁ ଝିଅ ଖୋଜିବାରେ ବ୍ୟସ୍ତ । ଏହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ଲାଗି ରହିଛି ।

ବାଲୁଚିସ୍ତାନର କ୍ୱେଟା ସହର ନିକଟ ଇଷ୍ଟର୍ନ ବାଇପାସରେ ରୁହନ୍ତି ୫୦ ବର୍ଷୀୟ ସର୍ଦ୍ଦାର ଜନ ମହମ୍ମଦ ଖାନ ଖିଲଜୀ । ସେ ବୃତ୍ତିରେ ଜଣେ ଡାକ୍ତର । ତାଙ୍କର ୩ ପତ୍ନୀ ଓ ୬୦ ପିଲା ଅଛନ୍ତି । ସମସ୍ତେ ମିଶିକି ଗୋଟିଏ ଛାତ ତଳେ ରୁହନ୍ତି । ୫୦ ବର୍ଷ ବୟସରେ ସେ ନିଜ ପରିବାରକୁ ଆହୁରି ବଢାଇବାକୁ ଚାହୁଁଥିବାରୁ ଲୋକେ ଶୁଣି ଆଶ୍ଚର୍ଯ୍ୟ । ଏହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ । ଲୋକଙ୍କ ନାପସନ୍ଦ ସତ୍ତ୍ୱେ ସେ ଆହୁରି ବିବାହ କରିବାକୁ ଚାହୁଁଛନ୍ତି । କାରଣ ଯାହାଫଳରେ ସେ ଅଧିକ ସନ୍ତାନ ପାଇପାରିବେ । କେବଳ ଏତିକି ନୁହେଁ, ସେ ଏତେ ପିଲାଙ୍କୁ ଚଳାଇବାରେ ଅସୁବିଧା ହେଉଥିବା ନେଇ ପାକିସ୍ତାନ ସରକାରଙ୍କୁ ଜଣାଇଛନ୍ତି । ଆଉ ଗୋଟେ ବସ୍ ଯୋଗାଇବାକୁ ଦାବି କରିଛନ୍ତି । କାରଣ ସବୁ ପିଲା ଓ ପତ୍ନୀଙ୍କୁ ଏକାସଙ୍ଗରେ ବୁଲାଇବାକୁ ନେଇପାରିବେ ।

ଖିଲଜୀ କହିଛନ୍ତି ଯେ, ଏବେ ସେ ବିବାହ କରିବାକୁ ଝିଅ ଖୋଜୁଛନ୍ତି । ଏହି ବୟସରେ ସେ ନିଜ ପତ୍ନୀଙ୍କ ସହ ଏକ ସନ୍ତାନ ପାଇବାକୁ ଚାହୁଁଛନ୍ତି । ଆଜିକାଲି ସମଗ୍ର ପାକିସ୍ତାନରେ ମୁଦ୍ରାସ୍ଫୀତି ଭୟଙ୍କର । ଖାଦ୍ୟ ସାମଗ୍ରୀର ମୂଲ୍ୟ ତିନି ଗୁଣ ବୃଦ୍ଧି ପାଇଛି । ଗତ ତିନିବର୍ଷ ଧରି ସମଗ୍ର ବିଶ୍ୱ ସମେତ ସମସ୍ତ ପାକିସ୍ତାନୀ ମୋ ପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନରେ ଏକରୁ ଅଧିକ ପତ୍ନୀ କରିବା ଆଇନଗତ ଭାବରେ ଗ୍ରହଣୀୟ ଅଟେ । କିନ୍ତୁ କେବଳ ଇସଲାମରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ଏହା ଲାଗୁ ।

Comments are closed.