ସମସ୍ତେ ନିଜ ପସନ୍ଦର ଚାକିରି କରିବାକୁ ଚାହାଁନ୍ତି । ଯେଉଁମାନେ ଖାଇବା ପିଇବାକୁ ଭଲ ପାଆନ୍ତି ସେମାନେ ଇଚ୍ଛା କରନ୍ତି ଯେ, ସେମାନେ ଏପରି ଏକ ସ୍ଥାନରେ ଚାକିରି କରିବେ ଯେଉଁଠାରେ ବହୁତ ସୁସ୍ୱାଦୁ ଖାଦ୍ୟ ମିଳିପାରୁଥିବ । ତଥାପି ସବୁ ସୁବିଧା ମିଳି ନ ଥାଏ । କେଉଁଠି ଦରମା ଭଲ ଥିଲେ ପରିବେଶ ଭଲ ହୋଇ ନ ଥାଏ । ଆଉ କେଉଁଠି କର୍ମଚାରୀ ଭଲ ନ ଥିବା ବେଳେ ଆଉ କେଉଁଠି ଖାଦ୍ୟ ଭଲ ମିଳି ନ ଥାଏ । ତଥାପି ଲୋକେ ବାଧ୍ୟ ହୋଇ ଚାକିରି କରିଥାନ୍ତି । କିନ୍ତୁ ଏବେ ଏମିତି ଏକ ଚାକିରି ଅଛି, ଯେଉଁଠି ମାଗଣାରେ ପିଜା, ପନିର ଖାଇବେ ଓ ମୋଟା ଆକାରରେ ଦରମା ବି ପାଇବେ । ଏହି ଅଜବ ଚାକିରିକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ବାସ୍ତବରେ ୱିସକନ୍ସିନ୍-ମ୍ୟାଡିସନ୍ ସେଣ୍ଟର ଫର ଡାଏରୀ ରିସର୍ଚ୍ଚ ୟୁନିଭରସିଟି ପକ୍ଷରୁ ଏହି ନିଯୁକ୍ତି ଦିଆଯିବ । ଯିଏ କୌଣସି ଖାଦ୍ୟ ଖାଇବା ପରେ ତୁରନ୍ତ ଖାଦ୍ୟ କିପରି ଅଛି ତାହା କହିପାରିବେ । ଏଥିଲାଗି ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ । ପରେ ସେମାନଙ୍କୁ ବିଶେଷଜ୍ଞ ଭାବେ ବିବେଚନା କରାଯିବ । ନିୟମ ଅନୁଯାୟୀ, ଏପରି ଲୋକଙ୍କୁ ଚୟନ କରାଯିବ, ଯେଉଁମାନେ ସ୍ୱାଦ ବିଷୟରେ ଜାଣିଥିବେ ଓ ଭଲ ଭାବେ ବର୍ଣ୍ଣନା କରି କହିପାରୁଥିବେ । ଏହାର ଗଠନ, ସ୍ୱାଦ ଏବଂ ସୁଗନ୍ଧର ଗୁଣ ବିଷୟରେ ପ୍ୟାନେଲରେ ଆଲୋଚନା କରିପାରିବେ ।
ମନୋନିତ ହେବା ପରେ ପ୍ରାର୍ଥୀଙ୍କୁ ସପ୍ତାହରେ ୧୨ ଟି ପିଜା, ୨୪ ପନିର ନମୁନା ସ୍ୱାଦ କରିବାକୁ କୁହାଯିବ । ସେମାନେ ସ୍ୱାଦକୁ ଚୂଡ଼ାନ୍ତ ଭାବରେ ବିବେଚନା କରିବେ । ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଏକ ଅଧିବେଶନ ତିନି ଘଣ୍ଟା ପର୍ଯ୍ୟନ୍ତ ରହିବ । ପ୍ୟାନେଲିଷ୍ଟମାନଙ୍କ ପାଇଁ ପ୍ରତି ସପ୍ତାହରେ ତିନୋଟି ଅଧିବେଶନରେ ଯୋଗଦେବା ବାଧ୍ୟତାମୂଳକ ହେବ । ପ୍ରତ୍ୟେକ ଅଧିବେଶନ ପାଇଁ ୪୫ ଡ଼ଲାର ପ୍ରଦାନ କରାଯିବ । ଅଭିଜ୍ଞ ପ୍ୟାନେଲିଷ୍ଟମାନଙ୍କୁ ଅଗ୍ରାଧିକାର ଦିଆଯିବ । ବିଶ୍ୱବିଦ୍ୟାଳୟର ୱେବସାଇଟ୍ ଅନୁଯାୟୀ ଏହା ଏକ ଦୁଗ୍ଧ ଅନୁସନ୍ଧାନ କେନ୍ଦ୍ର ଭାବେ ମାନ୍ୟତା ପାଇଛି ।
Comments are closed.