Latest Odisha News

BREAKING NEWS

ଖଲିସ୍ତାନ ଆତଙ୍କୀ ଅବତାର ଖାଣ୍ତାର ମୃତ୍ୟୁ; ଅମ୍ରିତପାଲର ଥିଲା ଘନିଷ୍ଠ ସହଯୋଗୀ

ନୂଆଦିଲ୍ଲୀ:ଆତଙ୍କୀ ସଂଗଠନ ଖଲିସ୍ଥାନ ଲିବରେଶନ ଫୋର୍ସ (କେଏଲଏଫ)ର ପ୍ରମୁଖ ଅବତାର ସିଂହ ଖାଣ୍ଡାର ବର୍ମିଂହୋମର ସେଣ୍ଡବଲ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ଅବତାର ସିଂ ଖାଣ୍ଡା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କ ଘନିଷ୍ଠ ସହଯୋଗୀ ଥିଲା । ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନ ଥିଲେ ହେଁ ରକ୍ତ କର୍କଟ କାରଣ ଯୋଗୁ ମୃତ୍ୟୁ ଘଟିଥିବା  ଅନୁମାନ କରାଯାଉଛି ।  ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ୧୯ ମାର୍ଚ୍ଚରେ ଲଣ୍ଡନରେ ଥିବା ଭାରତୀୟ ଦୂତାବାସ   ଆକ୍ରମଣର ସେ ଥିଲା ମାଷ୍ଟରମାଇଣ୍ଡ  ।

ବ୍ରିଟେନରୁ ମିଳିଥିବା ସୂଚନା ଅନୁସାରେ, ଖାଣ୍ଡାଙ୍କ ସମର୍ଥକମାନେ ଚାହୁଁଛନ୍ତି ଯେ, ତାଙ୍କ ଖାଦ୍ୟରେ ବିଷ ଦିଆ ଯାଇଥିବା ପ୍ରମାଣ ମିଳୁ । କାରଣ ବିଷ ପ୍ରମାଣ ମିଳିଲେ ସେମାନେ ଭାରତୀୟ ସୁରକ୍ଷା ଏଜେନ୍ସି ବିରୋଧରେ ହତ୍ୟା ଅଭିଯୋଗ ଲଗାଇ ପାରିବେ ଏବଂ  ତାଙ୍କୁ ସହିଦ ଘୋଷଣା କରିପାରିବେ  ।

ଖାଣ୍ଡା  ରଣଜୋଧ ସିଂହ ନାମରେ ବେଶି ପରିଚିତ ଥିଲେ । ସେ ବ୍ରିଟେନରେ ରାଜନୈତିକ ଶରଣ ଚାହୁଁଥିଲେ । ସେ ଖଲିସ୍ଥାନ ଗଠନ ପାଇଁ ବିଚ୍ଛିନ୍ନତାବାଦୀ ଆନ୍ଦୋଳନରେ ଶିଖ ଯୁବକମାନଙ୍କୁ ସାମିଲ କରାଇବା ପାଇଁ ପ୍ରୋତ୍ସାହନ ଦେଉଥିଲେ । ତାଙ୍କର ବାପା ମଧ୍ୟ କେଏଲଏଫ ଆତଙ୍କବାଦୀ ଥିଲେ । ୧୯୯୧ରେ ତାଙ୍କର ସୁରକ୍ଷା କର୍ମୀଙ୍କ ଗୁଳିରେ ମୃତ୍ୟୁ ଘଟିଥିଲା ।

ଅବତାର ହିଁ ଅମୃତପାଲଙ୍କୁ ସାମ୍ନାକୁ ଆଣିଥିଲା ।  ଏହାପୂର୍ବରୁ ଲଣ୍ଡନରେ ଥିବା ଭାରତୀୟ ଦୂତାବାସରୁ ଜାତୀୟ ପତାକା ତଳକୁ ଟାଣିବା ଅଭିଯୋଗରେ ଖାଣ୍ଡାଙ୍କୁ ଗିରଫ କରାଯାଇଥିଲା ।

 

Comments are closed.