Latest Odisha News

BREAKING NEWS

ଟ୍ରେନରେ କଟିଗଲେ ୪ମାସର ଝଅ ସହ ମା’; ପୁଅ ଗୁରୁତର

ବ୍ରହ୍ମପୁର: ଓଡ଼ିଶା ସୀମା ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ପୁଣି ଏକ ଦୁଃଖଦ ରେଳ ଦୁର୍ଘଟଣା ।  ଟ୍ରେନରେ କଟି ମା’ ଝିଅଙ୍କ ମୃତ୍ୟୁ  ।  ମୃତକ ଗଞ୍ଜାମ ଜିଲ୍ଲା ଜରଡା ଅଞ୍ଚଳର  । ପୋଲିସ ୨୫ ବର୍ଷ ଜଣେ ମହିଳା ଏବଂ ୮ ମାସର ଝିଅର ମୃତଦେହକୁ ଉଦ୍ଧାର କରିଛି । ୪ ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଗତକାଲି ରାତିରେ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଏମାନେ ଚଳନ୍ତା ଟ୍ରେନ ସମ୍ନାକୁ ଚାଲି ଆସିଥିବା କୁହାଯାଉଛି ।  ମୃତ ମହିଳାଙ୍କ ନାମ ୟୁ ଶ୍ରାବଣୀ ଏବଂ ତାଙ୍କ ଝିଅ ୟୁ ଶ୍ରୀ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ପୁଅର ନାଁ ୟୁ ହରସତ  ।  ଏମାନଙ୍କ ଘର ପାତ୍ରପୁର ବ୍ଲକ ଅଧୀନ ଚିଡିପୁଡି ଗାଁରେ ବୋଲି ଜଣାଯାଇଛି ।

ପାରିବାରିକ ବିବାଦ ସହି ନ ପାରି ଶ୍ରାବଣୀ ଏପରି ଚରମ ପଦକ୍ଷେପ ନେଇଥିବା କେହି କେହି କହୁଛନ୍ତି । ଅନ୍ୟ କିଛି ଲୋକଙ୍କ କହିବା ଅନୁଯାୟୀ, ଶ୍ରାବଣୀ ପିଲାଙ୍କୁ ଧରି ଆସୁଥିବାବେଳେ ଟ୍ରେନ ଆସୁଛି ବୋଲି ଜାଣି ପାରି ନ ଥିଲେ । ପଲାସା ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Comments are closed.