ପୁରୀ: ଶ୍ରୀ ଜୀଉଙ୍କ ନବ ଯୌବନ ଦର୍ଶନ ଆସନ୍ତା ୧୯ ତାରିଖରେ ହେବ। ମାତ୍ର ୩ ଘଣ୍ଟା ପାଇଁ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ଯେଉଁମାନେ ପାରମାଣିକ ଟିକେଟ କରିଥିବେ ସେମାନେ ଦର୍ଶନ କରିପାରିବେ।
ଏଥିପାଇଁ ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି। ନବ ଯୌନବ ବେଶର ଦର୍ଶନ ପରେ ସକାଳ ୯ଟାରୁ ଦିନ ୧୧ଟା ଯାଏ ଭକ୍ତ ସାହାଣମେଲା ଦର୍ଶନ କରିପାରିବେ। ଏହାପରେ ୧୧ଟାରୁ ଦର୍ଶନ ବନ୍ଦ ରହିବ। ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥରେ ବସିବେ।
ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଜୁନ ୨୦ ତାରିଖରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଘଣ୍ଟଘଣ୍ଟା, ଗୀତ ନୃତ୍ୟରେ ପୂରି ଉଠିବ ପୁରୀ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ,ଉପ ମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ,ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ଉପସ୍ଥିତ ଥିଲେ।
Comments are closed.