Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପୂର୍ବତନ ଡିଏସଡବ୍ଲୁଓ; ତିନି ଜିଲ୍ଲାରେ ଥିବା ୧୧ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି  ଭଦ୍ରକର ପୂର୍ବତନ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ୱର ଏବଂ ଭଦ୍ରକର ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚାଲିଛି ଚଢ଼ାଉ ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ଡିଏସଡବ୍ଲୁଓଙ୍କ ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱରରେ  ଥିବା ଘର ଉପରେ ଏକକାଳୀନ ଚଢ଼ଉ କରାଯାଉଛି । ଏକକାଳୀନ  ୧୧ଟି ସ୍ଥାନରେ ଚଢାଉ ଚାଲିଛି । ଏହି ଚଢାଉଣେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଜଣେ ଆଡିସନାଲ ଏସପି ସାମିଲ ହୋଇଛନ୍ତି ।

ଜୟନ୍ତୀ ବେହେରା ବର୍ତ୍ତମାନ ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଡିଏସଡବ୍ଲୁଓଙ୍କର ଭଦ୍ରକ ଫିରିଙ୍ଗପାଟଣାରେ  ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସହଦେବଖୁଣ୍ଟା ସ୍ଥିତ ସିଦ୍ଧେଶ୍ୱକ କଲୋନୀରେ ୩ ମହଲା ଓ ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀର ତିନି ମହଲା ବିଶିଷ୍ଟ ଘର, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନୀରେ ଆଉ ଏକ ଅର୍ଦ୍ଧନିର୍ମିତ ଦୁଇ ମହଲା ଘର,  ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ଼ ଟାଉନ ଅଞ୍ଚଳରେ ଫ୍ଲାଟ ରହିଛି । ଏ ସମସ୍ତ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଛି ।  ଜୟନ୍ତୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କ ପୁଅ ରୋହିତ କୁମାର ମଣ୍ଡଳଙ୍କ ବାଲେଶ୍ୱରରେ ଥିବା କଲ ସେଣ୍ଟର ଅଫିସରର ଚାମ୍ବରରେ  ମଧ୍ୟ ଚଢ଼ାଉ କରୁଛି ଭିଜିଲାନ୍ସ । ଏହା ବ୍ୟତୀତ ଭଦ୍ରକରେ ଥିବା ତାଙ୍କର ପୈତୃକ ଘର, ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରୁଛି ଭିଜିଲାନ୍ସ ।

Comments are closed.