ନୀଳଗିରି: ଦରଖାସ୍ତ ଦେବା ପାଇଁ ଚେୟାର୍ରେ ବସିଥିଲେ ଦିବ୍ୟାଙ୍ଗ । ହେଲେ 5T ସଚିବ ଭି.କେ ପାଣ୍ଡିଆନ୍ଙ୍କ ପାଖକୁ ଆସିାପାରୁ ନଥିଲେ। ତେବେ ସଚିବଙ୍କ ଆଖି ପଡ଼ିବାରୁ ସେ ଦୌଡ଼ିଯାଇ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଖେ ଆଣ୍ଠେଇ ବସିପଡିଲେ। ଦରଖାସ୍ତ ନେବା ସହ ଦୁଃଖ ଶୁଣିଲେ। ଏହି ଘଟଣା ଏବେ ବେଶ୍ ଚର୍ଚ୍ଚାରେ ରହିଛି।
ଗୁରୁବାର ନୀଳଗିରି ଗସ୍ତରେ ଯାଇ ଲୋକଙ୍କୁ ଭେଟିଥିଲେ 5T ସଚିବ ଭିକେ ପାଣ୍ଡିଆନ। ପଞ୍ଚଲିଙ୍ଗେଶ୍ୱରରେ ଲୋକଙ୍କ ସୁଖଦୁଃଖ ବୁଝିବା ବେଳେ ସନ୍ତରାଗଡ଼ିଆ ଅଞ୍ଚଳର ଜଣେ ଜଣେ ଦିବ୍ୟାଙ୍ଗ ନୃତ୍ୟଶୀଳ୍ପି ହାତରେ ଦରଖାସ୍ତ ଦରି ଅପେକ୍ଷା କରିଥିଲେ। ତେବେ ପାଖକୁ ଯାଇପାରୁନଥିବା ଯୁବକଙ୍କ ଉପରେ ପାଣ୍ଡିଆନଙ୍କ ଆଖି ପଡିଥିଲା। ଏହା ଦେଖି ପାଣ୍ଡିଆନ ତାଙ୍କ ପାଖକୁ ଦୌଡ଼ିଯାଇଥିଲେ। ତାଙ୍କ ହାତରୁ ଦରଖାସ୍ତ ଆଣିଥିଲେ। ଦିବ୍ୟାଙ୍ଗ ଯୁବକ ଜଣଙ୍କ ସଚିବଙ୍କକ ପାଦ ଛୁଇଁବାକୁ ଚେଷ୍ଟା କରୁଥିବାବବେଳେ ପାଣ୍ଡିଆନ ତାଙ୍କୁ ବାରଣ କରି ତାଙ୍କ ପାଖରେ ଆଣ୍ଠେଇ ବସି ପଡ଼ି ତାଙ୍କ ଦୁଃଖ ଶୁଣିଥିଲେ।
ସନ୍ତରାଗଡ଼ିଆର କୁଳିଗଡ଼ି ଗାଁର ଦିବ୍ୟାଙ୍ଗ ଯୁବକଙ୍କ ପ୍ରଶାନ୍ତ କୁମାର ରାଉତ ଜଣେ ଜାତୀୟ ସ୍ତରୀୟ ନୃତ୍ୟଶୀଳ୍ପି। ସେ ଓଡ଼ିଆରେ ସ୍ନାତକୋତ୍ତର ପାସ୍ କରିଛନ୍ତି। ତାଙ୍କର ଯିବା ଆସିବା ପାଇଁ ସୁବିଧା ନଥିବାରୁ ସେ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମିଳୁଥିବା ସ୍କୁଟି ଦେବାକୁ ପାଣ୍ଡିଆନଙ୍କୁ ଅନୁରୋଧ କରିବା ସହ ସନ୍ତରାଗଡ଼ିଆର ବିକାଶ କରିବାକୁ ସରକାରଙ୍କୁ ଜଣାଇବାକୁ କହିଥିଲେ। ପ୍ରଶାନ୍ତଙ୍କ ଅଭିଯୋଗ ଶୁଣିବା ପରେ 5T ସଚିବ ଭି.କେ ପାଣ୍ଡିଆନ ସ୍କୁଟି ଦେବାପାଇଁ ଅନୁମତି ଦେବା ସହିତ ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ଚେଷ୍ଟା
Comments are closed.