ସ୍ପେନ: ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯିଏ ସବୁବେଳେ କିଛି ସ୍ୱତନ୍ତ୍ର କରିବାକୁ ଚେଷ୍ଟା କରିଥାନ୍ତି । କେବଳ ସେତିକି ନୁହେଁ ନିଜ ନାମକୁ ରେକର୍ଡ଼ବୁକ୍ରେ ସ୍ଥାନିତ କରିବାକୁ ବି ଚେଷ୍ଟା କରନ୍ତି । ଏବେ ସେମିତି ଜଣେ ଯୁବକ ଚର୍ଚ୍ଚାକୁ ଆସିଛନ୍ତି, ଯିଏ ହାଇହିଲ ପିନ୍ଧି ଦୌଡ଼ ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ଗତ ଶୁକ୍ରବାର ସ୍ପେନର ଖ୍ରୀଷ୍ଟିଆନ ରୋବର୍ଟୋ ଲୋପେଜ ରୋଡ୍ରିଗୁଏଜ ମହିଳାଙ୍କ ହାଇ ହିଲ ପିନ୍ଧି ୧୦୦ ମିଟର ଦୌଡ଼ିଥିଲେ । ମାତ୍ର ୧୨.୮୨ ସେକେଣ୍ଡରେ ୧୦୦ ମିଟର ଦୌଡି଼ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଆଶ୍ଚର୍ଯ୍ୟର କଥା, ଉସେନ ବୋଲ୍ଟଙ୍କ ୧୦୦ ମିଟର ରେକର୍ଡ ଖ୍ରୀଷ୍ଟିଆନଙ୍କ ରେକର୍ଡଠାରୁ ମାତ୍ର ୩.୨୪ ସେକେଣ୍ଡ ଅଧିକ । ଏହାର ଅର୍ଥ ହେଉଛି ଯଦି ଖ୍ରୀଷ୍ଟିଆନ ତାଙ୍କ ଚପଲ କାଢି ଦୌଡ଼ିବେ ତେବେ ସେ କେତେ ଦ୍ରୁତ ଗତିରେ ଦୌଡ଼ିପାରିବେ । ରେକର୍ଡ କରିବାକୁ, ଖ୍ରୀଷ୍ଟିଆନଙ୍କୁ ୭ ସେମି ଗୋଇଠି ପିନ୍ଧିବା ସହ ଆଙ୍ଗୁଠି ଆଡକୁ ୧.୫ ସେମି ଚଉଡା ହୋଇଥିଲା । ଏହି ରେକର୍ଡ କରିବା ପାଇଁ ତାଙ୍କୁ ବହୁତ ଅଭ୍ୟାସ କରିବାକୁ ପଡିଥିଲା ବୋଲି ସେ କହିଛନ୍ତି ।
ହାଇ ହିଲ ପିନ୍ଧି ଜୋରରେ ଚାଲିବା ବହୁତ କଷ୍ଟକର । ଖ୍ରୀଷ୍ଟିଆନ କହିଛନ୍ତି ଯେ ସ୍ପେନରେ ଏପରି ଏକ ଦୌଡ଼ ପ୍ରତିଯୋଗିତା ଅଛି, ଯେଉଁଥିରେ ପ୍ରତିଯୋଗୀମାନେ ହାଇ ହିଲ୍ ପିନ୍ଧିଥାନ୍ତି । ମୁଁ ଏହି ପ୍ରତିଯୋଗିତାକୁ ଦେଖିବା ପରେ ଉତ୍ସାହିତ ହୋଇ ଏହି ଅଭ୍ୟାସ କରୁଥିଲି । ମୁଁ ଜଣେ ମଧୁମେହ ରୋଗୀ । ମଧୁମେହ ରୋଗୀ ସୁସ୍ଥ ଲୋକମାନଙ୍କ ପରି ସବୁକିଛି କରିପାରିବେ ବୋଲି ମୁଁ ଦେଖାଇବାକୁ ଚାହିଁଥିଲି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଖ୍ରୀଷ୍ଟିଆନଙ୍କ ନାମରେ ୫୭ ଗିନିଜ ୱାର୍ଲ୍ଡ ରେକର୍ଡ ଅଛି । ଦୀର୍ଘ ସମୟ ଧରି ନାକ ଉପରେ କିଛି ସନ୍ତୁଳନ କରିବା ପାଇଁ ସେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୨ ଘଣ୍ଟା ୪୨ ମିନିଟ୍ ପାଇଁ ନାକ ଉପରେ ଭାରସାମ୍ୟ ରକ୍ଷା କରିଥିଲେ । ଏହା ସହିତ ସେ ୩ ଟି ଜିନିଷ ଜଗିଂ କରୁଥିବାବେଳେ ସର୍ବାଧିକ ସଂଖ୍ୟକ ପାହାଚ ଚଢି ରେକର୍ଡ ମଧ୍ୟ ରଖିଛନ୍ତି । ସେ ୨,୦୮୨ ପାହାଚ ଚଢିଥିଲେ ।
Comments are closed.