ଓଡ଼ିଶା କ୍ୟାଡର ଆଇଏଏସ୍ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲା କେନ୍ଦ୍ର ; ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଓ ନେତା
ଭୁବନେଶ୍ୱର: ଓଡ଼ିଶାର ନିର୍ଦ୍ଦିଷ୍ଟ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ କେନ୍ଦ୍ର ସରକାର । ଉକ୍ତ ସଚିବଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅନୁ ସଚିବ ।
ସୂଚନାଥାଉ କି, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂପୃକ୍ତ ସଚିବଙ୍କ ବିରୋଧରେ DOPT ନିକଟରେ ୨୪ ଜୁନରେ କରିଥିଲେ ତଥ୍ୟ ସହିତ ଲିଖିତ ଅଭିଯୋଗ । ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ନେଇ ଅଭିଯୋଗ କରିଥିବା ନେଇ ଉଭୟେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କର ଏହି ଚିଠିକୁ ଟୁଇଟ କରି ସେୟାର କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
Govt of India has taken cognizance of the violation of Conduct Rules by an Officer in Odisha.
Based on clear evidence of violation, DoPT,has asked Chief Secy to take action as State is Cadre Controlling Authority.
Hope law will be allowed to take its course.Odisha will watch. pic.twitter.com/ioJuvdp8WO
— Aparajita Sarangi, Member of Parliament (@AprajitaSarangi) June 27, 2023
ସୂଚନାଥାଉ କି, କିଛି ଦିନ ତାରିଖ ଦିନ ଭୁବନେଶ୍ୱର ସାଂସଦ ଏକ ପ୍ରେସ ମିଟ କରି ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବିରୋଧରେଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗମର ହୋଇଥିଲା । କଂଗ୍ରେସ ବି ଏ ନେଇ ପ୍ରଶ୍ନ କରିଥିଲା । ସାଂସଦ ଅପରାଜିତା ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏ ନେଇ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଥିଲେ । ଅଭିଯୋଗ ପତ୍ରରେ ସେ ଫଟୋ, ଭିଡିଓ ସଂଲଗ୍ନ କରିଥିଲେ ।
ସାସଂଦ ଅଭିଯୋଗ ଆଣିଥିଲେ, ସଚିବ ଦଳୀୟ କାର୍ଯ୍ୟକ୍ରମରେ ସମ୍ପୃକ୍ତ ରହିବା ସହ ବିଭିନ୍ନ ରାଜନୈତିକ ସଭା ସମିତିରେ ଯୋଗ ଦେଉଛନ୍ତି । ଏଥିସହିତ ସରିକାରୀ ପ୍ରକଳ୍ପର ଘୋଷଣା କରିବା ସହ ପୋଲିସ ବିଭାଗକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି । ଏପରିକି ମନ୍ତ୍ରୀ, ସାଂସଦ, ବିଧାୟକଙ୍କୁ ଅବମାନନା କରିବା ସହ ଦୁର୍ବ୍ୟବହାର କରୁଛନ୍ତି ଏବଂ ବ୍ୟକ୍ତିଗତ ପ୍ରଚାରରେ ଲିପ୍ତ ରହୁଛନ୍ତି । ଏସବୁ ଅଲ୍ ଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେବା ସହ ଅର୍ଡର ଅଫ ପ୍ରେସେଡେନ୍ସିର ଉଲ୍ଲଘଂନ କରୁଛି ବୋଲି ଉଭୟେ ଅଭିଯୋଗ ଆଣିଥିଲେ l
ସାଂସଦଙ୍କ ଅଭିଯୋଗର ୪୮ ଘଣ୍ଟା ମଧ୍ୟରେ ଜୁନ ୨୬ ତାରିଖରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ମୁଖ୍ୟ ଶାସନ ସଚିବ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି ।
Comments are closed.