Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟର କାର୍ଯ୍ୟସୂଚୀ ଘୋଷିତ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ମଙ୍ଗଳବାର ଆଇସିସି ପକ୍ଷରୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷିତ କରାଯାଇଛି । ୪୬ ଦିନରେ ଓଭରାଲ ୪୮ଟି ମ୍ୟାଚ ଖେଳାଯିବ । ଅକ୍ଟୋବର ୫ରେ ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ ଉଦଘାଟନୀ ମୁକାବିଲା ଖେଳାଯିବ । ଟୁର୍ଣ୍ଣାମେଂଟର ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ଅକ୍ଟୋବର ୧୫ରେ ଅହମ୍ମଦାବାଦରେ ଖେଳାଯିବ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଚେନ୍ନାଇରେ ଖେଳାଯିବ ।

ଏହା ପରେ ପରେ ଭାରତ ୧୧ରେ ଆଫଗାନିସ୍ତାନକୁ ଦିଲ୍ଲୀରେ ଭେଟିବ । ୧୯ରେ ବାଂଲାଦେଶକୁ ପୁଣେରେ, ୨୨ରେ ନ୍ୟୁଜିଲାଣ୍ଡକୁ ଧର୍ମଶାଳାରେ, ୨୯ରେ ଇଂଲଣ୍ଡକୁ ଲକ୍ଷ୍ନୌରେ ଓ ୨ ନଭେମ୍ବରରେ କ୍ୱାଲିଫାୟର ୨କୁ ମୁମ୍ବାଇରେ ଭେଟିବ । ୨ଟି ଯାକ ସେମିଫାଇନାଲ ୧୫ ଓ ୧୬ ନଭେମ୍ବରରେ ଯଥାକ୍ରମେ ମୁମ୍ବାଇ ଓ କୋଲକତାରେ ଖେଳାଯିବ । ଫାଇନାଲ ମ୍ୟାଚ ୧୯ରେ ଅହମ୍ମଦାବାଦରେ ଖେଳାଯିବ । ସମସ୍ତ ମ୍ୟାଚଗୁଡିକ ୧୦ଟି ସହରରେ ଖେଳାଯିବ । ସେଗୁଡିକ ହେଲା ଅହମ୍ମଦାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ । ୨୯ ସେପ୍ଟମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ହାଇଦ୍ରାବାଦ, ଗୋଆ ଓ ଥିରୁୱନ୍ତପୁରମରେ ଖେଳାଯିବ ।

Comments are closed.