ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନତା ପାର୍ଟି କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଉଦଘାଟନୀ ଭାଷଣରେ ସେ ମଧ୍ୟପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କର୍ମୀ ଏବଂ ବୁଥ କମିଟି ମୁଖ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି ସମୟରେ ସେ ସମସ୍ତ ଦଳୀୟ କର୍ମୀଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଏହି ସମୟରେ ମୋଦୀ ୟୁନିଫର୍ମ ସିଭିଲ କୋଡ ବିଷୟରେ କହିବା ଆରମ୍ଭ କରିଥିଲେ। ପିଏମ ମୋଦୀଙ୍କ କେବଳ ୟୁସିସି ବିଷୟରେ ଉଲ୍ଲେଖ କରିବା ସେଠାରେ ଉପସ୍ଥିତ କର୍ମୀଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଆଣିଦେଇଥିଲା।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କିଛି ଲୋକ ଟ୍ରିପଲ ତଲାକ ବିଷୟରେ କଥାବାର୍ତ୍ତା କରନ୍ତି। ଯିଏ ଟ୍ରିପଲ୍ ତାଲାକ୍ ସପକ୍ଷରେ କଥାବାର୍ତ୍ତା କରନ୍ତି, ସେମାନେ ସମର୍ଥନ କରନ୍ତି। ହେଲେ ଏହି ଟ୍ରିପିଲ ତଲାକ ମୁସଲମାନ ଝିଅଙ୍କ ପ୍ରତି ବହୁତ ଅନ୍ୟାୟ କରୁଛି। ଟ୍ରିପଲ୍ ତାଲାକ କେବଳ ଝିଅମାନଙ୍କ ପ୍ରତି ଅନ୍ୟାୟ କରେ ନାହିଁ, ବରଂ ସମଗ୍ର ପରିବାର ନଷ୍ଟ ହୋଇଯାଏ। ଯଦି ଟ୍ରିପଲ୍ ତାଲାକ୍ ଇସଲାମର ଏକ ଅତ୍ୟାବଶ୍ୟକ ଅଂଶ, ତେବେ କତାର, ଜୋର୍ଡାନ, ଇଣ୍ଡୋନେସିଆ ପରି ଦେଶରେ ଏହାକୁ କାହିଁକି ନିଷେଧ କରାଯାଇଛି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ଭାରତର ମୁସଲମାନ ଭାଇ ଓ ଭଉଣୀମାନେ ବୁଝିବାକୁ ପଡିବ ଯେ କେଉଁ ରାଜନୈତିକ ଦଳ ସେମାନଙ୍କୁ ଉତ୍ସାହିତ କରି ଏହାର ଫାଇଦା ନେଉଛନ୍ତି। ଆମେ ଦେଖୁଛୁ ଯେ ୟୁନିଫର୍ମ ସିଭିଲ କୋଡ ବିରୋଧରେ ଲୋକଙ୍କୁ ଉତ୍ସାହିତ କରିବା ପାଇଁ କାର୍ଯ୍ୟ ଚାଲିଛି। ଯଦି ଦେଶର ଆଇନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ଗୋଟିଏ ହେବ। ତାହେଲେ ଦେଶର ଜଣେ ସଦସ୍ୟଙ୍କ ପାଇଁ ଗୋଟିଏ ଆଇନ ଏବଂ ଅନ୍ୟ ଜଣଙ୍କ ପାଇଁ ଆଉ ଗୋଟିଏ ଆଇନ। ଏପରି ହେଲେ ଘର ଚଳାଇ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତି ହେଲେ ଦେଶ କେମିତି ଚାଲିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ‘ୟୁନିଫର୍ମ ସିଭିଲ କୋଡ’ ଆଣିବାକୁ ସୁପ୍ରିମକୋର୍ଟ ବାରମ୍ବାର କହିଛନ୍ତି କିନ୍ତୁ ଭୋଟ୍ ବ୍ୟାଙ୍କକୁ ଦୃଷ୍ଟିରେ ରଖି ଏହି ଆଇନ୍ ଆଣି ହେଉ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୟୁସିସି ସମ୍ବନ୍ଧରେ ମୁସଲମାନମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ବ୍ୟାପିଛି, ଯାହା ବର୍ତ୍ତମାନ ବିଜେପି କର୍ମୀମାନେ ପ୍ରତ୍ୟେକ ମୁସଲମାନ ନିକଟକୁ ଯାଇ ସେମାନଙ୍କୁ ବୁଝାଇବେ।
ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁସିସି ଉପରେ ହୋଇଥିବା ଆଲୋଚନା ସୂଚାଇ ଦେଉଛି ଯେ କେନ୍ଦ୍ର ସରକାର ଏହାକୁ ଶୀଘ୍ର ସାରା ଦେଶରେ କାର୍ଯ୍ୟକାରୀ କରିପାରନ୍ତି।
କହିରଖୁଛୁ, ବିଜେପିର ନିର୍ବାଚନୀ ଇସ୍ତାହାରରେ ଏହା ହେଉଛି ସବୁଠାରୁ ବଡ ପ୍ରତିଜ୍ଞା। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହାକୁ ସଂସଦରେ ପାରିତ କରି କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବେ ବୋଲି ଆଶା କରାଯାଉଛି।
Comments are closed.