ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦାବେନ୍ ବୁଧବାର ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି। ତାଙ୍କ ସହ ତାଙ୍କ ଭାଇ ଅଶୋକ ମୋଦୀ ଓ ସୋଭନିଆ ଆନ୍ଦୋଳନର ନିର୍ଦ୍ଦେଶିକା ଅରୁନ୍ଧତୀ ଦେବୀ ମଧ୍ୟ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଯଶୋଦାବେନ୍ ମଙ୍ଗଳବାର ଦିନ ପୁରୀର ଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭାଇଭଉଣୀଙ୍କୁ ଦର୍ଶନ କରିଥିଲେ। ପ୍ରଥମ ଥର ପାଇଁ ଯଶୋଦାବେନ୍ ଓଡ଼ିଶା ଆସି ପୁରୀ ଯାଇ ରଥଯାତ୍ରା ଦେଖିବା ପରେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିଛନ୍ତି।
ଯଶୋଦାବେନ ଲିଙ୍ଗରାଜ ମନ୍ଦିର ଗସ୍ତ ଏକ ଉଲ୍ଲେଖନୀୟ ଘଟଣା। ରଥଯାତ୍ରା ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳିଛି। ଏବେ ସେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ଗୁଜରାଟ ଫେରିଯିବେ ନା ଓଡ଼ିଶାର ଅନ୍ୟ କୌଣସି ସ୍ଥାନ ପରିଦର୍ଶନ କରିବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ।
ଉଲ୍ଲେଖଯୋଗ୍ଯ, ନରେନ୍ଦ୍ର ମୋଦୀ ଓ ଯୋଶଦାବେନ ଦୀର୍ଘ ବର୍ଷ ହେବ ପରସ୍ପରଠୁ ଅଲଗା ରହୁଛନ୍ତି। ଯୋଶଦାବେନ ଶିକ୍ଷୟତ୍ରୀ ଭାବେ ଅବସରଣ ଗ୍ରହଣ କରିଛନ୍ତି।
ତେବେ ମୋଦୀ ତାଙ୍କ ପତ୍ନୀଙ୍କ ବାବଦରେ କୌଣସି ସ୍ଥାନରେ ନାଁ ଉଲ୍ଲେଖ କରିନାହାନ୍ତି। ଏମିତିକି ନିର୍ବାଚନୀ ସତ୍ୟପାଠରେ ମଧ୍ୟ ପତ୍ନୀ ସ୍ଥାନରେ ମୋଦୀ କୌଣସି ଉଲ୍ଲେଖ କରିନଥିବାର ନଜିର ରହିଛି।
Comments are closed.