Latest Odisha News

BREAKING NEWS

ବିଆଇପିଏଫ୍ ପକ୍ଷରୁ ପ୍ରଫେସର ଘନଶ୍ୟାମ ଦାଶ ବୃତି ୨୦୨୨ର ବିଜେତା ସମ୍ମାନିତ

ଭୁବନେଶ୍ୱର: ବଂଶୀଧର ଓ ଇଲା ଫାଉଣ୍ଡେସନ୍ ପକ୍ଷରୁ ଉଚ୍ଚ ଶିକ୍ଷା ପାଇଁ ପ୍ରଦାନ କରାଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି । ଇଞ୍ଜିନିୟରିଂ, ମେଡିସିନ୍ ଏବଂ ଉଦାରବାଦୀ କଳା କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତ୍ୟେକ ବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ବୃତି ପ୍ରଦାନ କରାଯାଇଥାଏ । ଏହି ବୃତି ଅନ୍ତର୍ଗତ ଏକାଡେମିକ୍ ଫିର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ ।

୨୦୨୨-୨୩ ଶିକ୍ଷା ବର୍ଷରେ ୩ ଜଣ ବୃତିଧାରୀ ବିଭିନ୍ନ ଆଇଆଇଟି ଯଥା ଅଙ୍କିତ ଝା ଆଇଆଇଟି ମୁମ୍ବାଇରେ, ଆଦିତ୍ୟ ନାରାୟଣ ରାଉତ ଆଇଆଇଟି ଦିଲ୍ଲୀରେ ଏବଂ ଅନୀଶା ସାମନ୍ତରାୟ ଆଇଆଇଟି ଋର୍‌କିରେ ଇଂଞ୍ଜିନିୟର ପାଠ୍ୟକ୍ରମରେ ଶିକ୍ଷା ହାସଲ କରୁଥିବାବେଳେ ଅନ୍ୟ ୩ ଜଣ ଯଥା ରୋହନ ରୁପମ୍ ଏନ୍‌ଆଇଟି ରାଉରକେଲା, ପ୍ରକାଶ କୁମାର ସାହୁ ଭିସୁଟ ବୁର୍ଲାରେ ଇଞ୍ଜିନିୟରିଂ ଡିଗ୍ରୀ ଓ ବାଦଲ କୁମାର ସାହୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡ଼ିକାଲ କଲେଜରେ ମେଡ଼ିକାଲ ଡିଗ୍ରୀ ପାଠ୍ୟକ୍ରମରେ ଶିକ୍ଷା ଲାଭ କରୁଛନ୍ତି ।

୨୦୦୫ ମସିହାରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧା ବୃତି ଖ୍ୟାତିସମ୍ପନ୍ନ ଐତିହାସିକ ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶ (ସ୍ୱର୍ଗତ ଇଲା ପଣ୍ଡାଙ୍କ ପିତା) ଙ୍କ ନାମରେ ନାମିତ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ମାଧ୍ୟମରେ ସମାନ ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

୨୦୧୬ ମସିହାରୁ ବିଆଇପିଏଫ୍ ପକ୍ଷରୁ ଏହି ମେଧା ବୃତି କାର୍ଯ୍ୟକ୍ରମକୁ ପରିଚାଳନା କରାଯାଉଥିବାବେଳେ ବର୍ତମାନ “ମେଂଟରସିପ୍‌” କାର୍ଯ୍ୟକ୍ରମ (ଉତ୍ସାହ) ପାଇଁ ଏଥିରେ ଆଉ ଏକ ଅର୍ଥପୂର୍ଣ୍ଣ ଦିଗନ୍ତକୁ ସଂଯୁକ୍ତ କରାଯାଇଛି । ଇମ୍ଫାର କର୍ମଚାରୀ ସ୍ୱେଚ୍ଛାସେବା ଯୋଜନା ଅନ୍ତର୍ଗତ ଅଧିକାରୀମାନଙ୍କ ଦ୍ୱାରା ବୃତିଧାରୀ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରାଯିବ । ଏହି ମାଗଦର୍ଶନ ଅନ୍ତର୍ଗତ ଏକ ସୁଚିନ୍ତିତ ଶୈଳୀରେ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକ ପରାମର୍ଶ, ନୀତିଗତ ସହାୟତା, ଶିକ୍ଷା ଉପରେ ଗୁରୁତ୍ୱକୁ ସୁଦୃଢ କରିବା, ସେମାନଙ୍କ ଅର୍ନ୍ତନିହିତ ଗୁଣର ବିକାଶ, ନେଟୱର୍କିଂର ସୁଯୋଗ ଓ ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।

ବଂଶୀଧର ଓ ଇଲା ଫାେଉଣ୍ଡସନ୍‌ର ଟ୍ରଷ୍ଟି ତଥା ପ୍ରତି ।ତା ସିଇଓ ଶ୍ରୀମତି ଶୈଫାଳିକା ପଣ୍ଡାଙ୍କ ଦ୍ୱାରା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଷ୍ଠିତ ବୃତିରେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଶ୍ରୀମତି ପଣ୍ଡା କହିଥଲେ ଯେ, “ ପ୍ରଫେସର ଘନଶ୍ୟାମ ଦାସ ବୃତି ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ ପ୍ରେରଣାଦାୟୀ ହୋଇପାରିଛି । ଏହି ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା ଯୋଗାଇପାରିଥିବାରୁ ଆମେ ଗୌରବାନ୍ୱିତ ଅନୁଭବ କରୁଛୁ । ନିଜ ସ୍ୱପ୍ନ ପୁରଣ କରିବାରେ ସହାୟତା ପ୍ରଦାନ ସହିତ ରାଷ୍ଟ୍ର ବିକାଶରେ ସେମାନଙ୍କ ମହତ୍ୱପୁର୍ଣ୍ଣ ଯୋଗଦାନକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଚଳିତ ବର୍ଷଠାରୁ ସେମାନଙ୍କ ପାଇଁ ଆରମ୍ଭ କରାଯାଇଥିବା

ମାର୍ଗଦର୍ଶନ ବ୍ୟବସ୍ଥା ଏହି ଯୁବ ପ୍ରତିଭାଙ୍କୁ ଏକ ସଫଳ ଯାତ୍ରାରେ ଅଗ୍ରସର କରାଇବା ସହିତ ନିଜ ପେସାଦାର କ୍ଷେତ୍ରରେ ସେମାନଙ୍କ ନେତୃତ୍ୱ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ ।”

Comments are closed.