ଲକ୍ଷ୍ନୌ: ଆଜାଦ ସମାଜ ପାର୍ଟି-କାଂଶିରାମର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁରୁବାର (ଜୁନ୍ ୨୯) ସାହାରନପୁରର ଏସବିଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଆଜାଦ ବୁଧବାର ସାହାରନପୁରର ଦେଓବନ୍ଧଧରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲେ। ଏଥିରେ ସେ ସାମାନ୍ୟ ଆହତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
#WATCH | Bhim Army leader and president of Aazad Samaj Party – Kanshi Ram, Chandra Shekhar Aazad, discharged from SBD Hospital in Saharanpur, Uttar Pradesh.
He was admitted here yesterday after armed men attacked his convoy and a bullet grazed his stomach. pic.twitter.com/2TTfjCPfGd
— ANI (@ANI) June 29, 2023
ଚନ୍ଦ୍ରଶେଖର ଆଜାଦ ତାଙ୍କର ଜଣେ ସମର୍ଥକଙ୍କ ଘରେ ଆୟୋଜିତ ପୂଜା କର୍ମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିଲା। ଗୁଳି ତାଙ୍କ ପେଟର ପଛପଟୁ ବାଜିଥିଲା। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ କହିଛନ୍ତି, “ଏହା ଆଜିର ଆକ୍ରମଣ ନୁହେଁ, ବଞ୍ଚିତଙ୍କ ଉପରେ ତ ଶତାବ୍ଦୀ ଧରି ଆକ୍ରମଣ ହୋଇଆସୁଛି। କିନ୍ତୁ ଆଜି ଆଇନର ଶାସନ ଚାଲୁଛି। ଯେତେବେଳେ ମୋ ଭଳି ଲୋକ ସହ ଏମିତି ଘଟୁଛି, ତେବେ ଆଇନର ବ୍ୟବସ୍ଥା ସ୍ଥାର ସ୍ଥିତି କଣ? ଗତ ୨୪ ଘଣ୍ଟା ମଧ୍ୟରେ କ’ଣ କାର୍ଯ୍ୟାନୁଷ୍ଠାନ ହେଲା?
ଡାକ୍ତରଖାନାରୁ ଆସିବା ପରେ ଯୋଗୀ ଆଦିତ୍ୟ ନାଥଙ୍କ ସରକାରଙ୍କୁ ଟାର୍ଗେଟ୍ କରି କରିଛନ୍ତି ଆଜାଦ୍। “ଅପରାଧୀମାନେ ଏବେ ବି ଖୋଲା ବୁଲୁଛନ୍ତି। ସରକାରଙ୍କ ବିନା ସୁରକ୍ଷା ଏହା ହୋଇପାରିବ ନାହିଁ | ସରକାରଙ୍କ ଚରମ ଅବହେଳା ରହିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କୌଣସି ବୟାନ ଆସିବାରୁ ଏହ ସ୍ପଷ୍ଟ ହେଉଛି ଯେ ସେ ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି।”
Comments are closed.