Latest Odisha News

BREAKING NEWS

ଦେଶରେ ବଢୁଥିବା ସାମ୍ପ୍ରଦାୟିକ ହିଂସା ପାଇଁ ବିଜେପିକୁ ଦାୟୀ କଲେ ଶରଦ ପାୱାର

ମୁମ୍ବାଇ: ଦେଶରେ ବଢୁଥିବା ଧାର୍ମିକ ଅଶନ୍ତୋଷ ପାଇଁ ବିଜେପିକୁ ମୋଦୀଙ୍କୁ ଦାୟୀ କଲେ ଏନ୍‌ନସିପି ମୁଖ୍ୟ ଶରଦ ପାୱାର। ଗୁରୁବାର ପୁଣେରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାରଙ୍କୁ ମୀରା ରୋଡସ୍ଥିତ ସୋସାଇଟିକୁ ବୋଦା ନେଇ ଆସିବା ଘଟଣାରେ ପ୍ରଶ୍ନ କରିବାରୁ ପାୱର ବିଜପିକୁ ଟାର୍ଗେଟ୍ କରିଥିଲେ। ଯଦି ଦେଶର ମୁଖ୍ୟ ସଭା ମଞ୍ଚରେ ହାତ ଉଠାଇ ବଜରଙ୍ଗବଲି କି ଜୟ କହିବେ ସେ ଦେଶର ଅବସ୍ଥା ଆଉ କ’ଣ ହେବ ବୋଲି  ପାୱାର ପ୍ରଶ୍ନ କରିଥିଲେ।।

ପାୱାର କହିଥିଲେ ଯେ ନିକଟରେ ଅନେକ ସାମ୍ପ୍ରଦାୟିକ ଦଙ୍ଗା ଦେଖିବାକୁ ମିଳିଲାଣି। ଦେଶର ନାଗରିକଙ୍କୁ ଆତଙ୍କିତ କରିବାକୁ ଦଙ୍ଗା କରାଯାଉଛି। ତେଣୁ ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଲାଣି ବୋଲି ଶ୍ରୀ ପାୱାର କହିଛନ୍ତି।

ସେହିପରି ମଣିପୁର ହିଂସାକୁ ନେଇ ପାୱାର କହିଛନ୍ତି ସେ ସେଠାରେ ୩ ସମ୍ପ୍ରଦାୟକୁ ନେଇ ଦଙ୍ଗା ଉପଜିଛି। ରାଜ୍ୟରେ ବିଜେପିର ଶାସନ ଅଛି। ସୀମାକୁ ଲାଗି ମିଆଁମାର ରହିଛି। ଆଜିକୁ ୫୩ ଦିନ ବିତିଯାଇଥିଲେ ବି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ କାବୁ କରିବାକୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନାହିଁ। ଏହା ବିଜେପିର ବିଫଳତା। ଭାରତର ଅଧିକାଂଶ ରାଜ୍ୟରେ ବିଜେପିର ସରକାର ନାହିଁ। ଆଜିର ସ୍ଥିତିକୁ ଦେଖିଲେ ରାଜ୍ୟସ୍ତରରେ ବିଜେପିର ପରିସ୍ଥିତି କଣ ତାହା ସହଜରେ ଅନୁମାନ କରାଯାଉଛି ବୋଲି ପାୱାର କହିଛନ୍ତି।

ଶ୍ରୀ ପାୱାର କହିଛନ୍ତି ଯେ ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ,ପଞ୍ଜାବ, ହୀମାଚଳ, ଝାଡଖଣ୍ଡ,ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ବିଜେପି ସରକାର ନାହିଁ। ଅଧିକାଂଶ ରାଜ୍ୟରେ ବିଜେପି କ୍ଷମତାରୁ ବାହାରେ। ତେବେ ବିଜେପି ଅନ୍ୟ ପାର୍ଟିର ବିଧାୟକଙ୍କୁ ନିଜ ପାଲରେ ଫସେଇ ଦେଉଛି। ଗୋଆରେ ମଧ୍ୟ ବିଜେପିର ସରକାର ନଥିଲା, ହେଲେ ଅନ୍ୟ ପାର୍ଟିର ବିଧାୟକୁଙ୍କୁ ରାଜ୍ୟ ସରାକର କିଣି ନେଲେ ବୋଲି ପାୱାର କହିଛନ୍ତି।

Comments are closed.