ନୂଆଦିଲ୍ଲୀ: କଂଗ୍ରେସ ମଙ୍ଗଳବାର ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଉପରେ ରେଲଓ୍ବେ ସୁରକ୍ଷା ପ୍ରସଙ୍ଗ ଉଠାଇ ବର୍ଷିଛି। ଦଳ କହିଛି ଯେ ବନ୍ଦେ ଭାରତ ଟ୍ରେନ୍ ଉଦଘାଟନ ପାଇଁ, ବୁଲେଟ୍ ଟ୍ରେନ ପାଇଁ ସରକାର ଯେତିକି ଉତ୍ସାହ ଦେଖାଉଛନ୍ତି ସମାନ ପ୍ରକାର ଆଭିମୁଖ୍ୟ ରେଳ ସୁରକ୍ଷା ଉପରେ ଦେଉ ନାହାନ୍ତି।
ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ରେଳବାଇର ସିଗନାଲ ଓ ଟେଲିକମ୍ ବିଭାଗରେ ଏକାଧିକ ସ୍ତରରେ ତ୍ରୁଟି ରହିଥିବା ରେଳ ସୁରକ୍ଷା କମିଶନର (ସିଆରଏସ୍) ରିପୋର୍ଟରେ ଦର୍ଶାଯିବା ପରେ କଂଗ୍ରେସ ଏଭଲି ଏକ ମନ୍ତବ୍ୟ ଦେଇଛି।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ମୋଦୀ ସରକାର ରେଳ ସୁରକ୍ଷାର ମୌଳିକ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭାବରେ ସାଲିସ୍ କରିଛନ୍ତି। ସେ କେବଳ ଫଟୋ ଉଠାଇ, ଖବରକାଗଜରେ ସଂପୃକ୍ତ ଖବର ବାହାର କରି ରେଲଓ୍ବେର ବିକାଶ ହୋଇଛି ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ରେଲଓ୍ବେରେ ମୌଳିକ ସୁରକ୍ଷା ଯାହା ଆବଶ୍ଯକ ରହିଛି ତାକୁ ଅଣଦେଖା କରାଯାଉଛି।
ସେ ଆହୁରି କହିଛନ୍ତି, ଏଥିରୁ ସ୍ପଷ୍ଟ ଯେ ବାଲେଶ୍ୱର ଯେଉଁ ଦୁଃଖଦ ଦୁର୍ଘଟଣା ଘଟିଥିଲା ତାହା ମାନବିକ ତ୍ରୁଟି, ଯାହାର ମୂଳରେ ରହିଛି ପରିଚାଳନାଗତ ବିଫଳତା, ଯେଉଁଥିରେ ରାଜନୈତିକ ନେତୃତ୍ୱ ମଧ୍ୟ ସାମିଲ।
ପୂର୍ବରୁ ସିଗନାଲ ‘ଗୁମଟି’ରେ କରାଯାଇଥିବା ‘ସିଗନାଲ-ସର୍କିଟ-ବଦଳରେ ତ୍ରୁଟି’ ଏବଂ ଷ୍ଟେସନରେ ଲେଭଲ କ୍ରସିଂ ଗେଟ୍ ପାଇଁ ଇଲେକ୍ଟ୍ରିକ୍ ଲିଫ୍ଟିଂ ବ୍ୟାରିଅରକୁ ବଦଳାଇବା ସମ୍ପର୍କିତ ସିଗନାଲ କାମ ସମ୍ପାଦନ ସମୟରେ ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦୁର୍ଘଟଣାର ତଦନ୍ତ କରିଥିବା ଦକ୍ଷିଣ-ପୂର୍ବ ସର୍କଲର ସିଆରଏସ୍ ଏ. ଏମ୍. ଚୌଧୁରୀ ଏହାର ରିପୋର୍ଟରେ ଏସ୍ ଆଣ୍ଡ ଟି ବିଭାଗର ଏକାଧିକ ସ୍ତରରେ ତ୍ରୁଟିକୁ ଦାୟୀ କରିଛନ୍ତି।
ଟ୍ରେନ୍ ଦୁର୍ଘଟଣାର ତଦନ୍ତ ସିବିଆଇ କରୁଛି ଏବଂ ସିଆରଏସ୍ ମଧ୍ୟ ଏହାର ତଦନ୍ତ କରିଛନ୍ତି। ସିଆରଏସ୍ ହେଉଛି କେନ୍ଦ୍ର ସରକାରଙ୍କ ସଂସ୍ଥା, ଯାହା ରେଳ ସୁରକ୍ଷା ଉପରେ ନଜର ରଖିଥାଏ ଏବଂ ରେଳ ଦୁର୍ଘଟଣାଗୁଡ଼ିକର ତଦନ୍ତ କରିଥାଏ।
Comments are closed.