ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜଣେ ଧନୀ ଲୋକ ଥିଲେ । ସେ ଦାନ ପୂଣ୍ୟ କରୁଥିଲେ । କିନ୍ତୁ ଧନୀକଙ୍କର ଉଦ୍ଦେଶ୍ୟ ଯେମିତି ସମସ୍ତେ କୁହନ୍ତୁ, ମୁଁ ଦାନ ପୂଣ୍ୟ କରୁଛି । ଏହା ଚାରିଆଡେ ପ୍ରଚାର ଓ ପ୍ରସାର ହେଉ । ଦିନେ ଏହାର ସୁଯୋଗ ପାଇ ଧନୀକଟି ଜଣେ ସାଧୁଙ୍କ ସହିତ ମିଶିବା ପାଇଁ ଆଶ୍ରମକୁ ଗଲେ । ନିଜର ଦାନ ଗୁଣ ଓ ନିଜ ବଡିମା ଦେଖାଇବା ପାଇଁ ସାଧୁଙ୍କ ଆଗରେ ବର୍ଣ୍ଣନା କଲେ । ଧନୀକର ମନରେ ଅହଂକାର ଥିଲା, ମୁଁ ମହାଦାନୀ ଏବଂ ଶ୍ରେଷ୍ଠ । ଦାନ ପୂଣ୍ୟ କରି ସାଧୁମାନଙ୍କଠାରୁ ଉଚ୍ଚରେ ଏହି ଭାବନା । ଏହି ଭାବନା ତାର ମନରେ ରକ୍ତରେ ଭରି ରହିଥିଲା । ମୁଁ ଏତେ ଲୋକଙ୍କୁ ଖାଇବାକୁ ଦେଇଛି, ଅର୍ଥ ଦେଇଛି, ଧାନ ଚାଉଳ ପୋଷାକ ପରିଚ୍ଛଦ ଦେଇଛି । ଏହା ସବୁ ସାଧୁଙ୍କ କହିବାକୁ ପଛାଇଲା ନାହିଁ । ସେ ଗର୍ବରେ ଫାଟି ପଡୁଛି । ସାଧୁ ତାଙ୍କୁ ଭାରି ପ୍ରଶଂସା କଲେ । କହିଲେ ବଢିଆ କଥା । ଶେଷରେ ସମସ୍ତ କଥା ଶୁଣି ଟିକେ ହସିଲେ ।
ସାଧୁ କହିଲେ – ଜଣେ ବୃଦ୍ଧ ମହିଳା ତୁମ ଅପେକ୍ଷା ବଡ଼ ଦାତା ଏବଂ ତାଙ୍କର ବଡ଼ ମହିମା ଅଛି । ଏହା ଶୁଣି ଧନୀକଟି ଥରି ଉଠି ସାଧୁଙ୍କୁ ପଚାରିଲି?
ସେ କିଏ ! ଏବଂ ସେ କେତେ ସୁନା ହୀରା ମୋତି ଦାନ ଦେଉଛନ୍ତି? ସାଧୁ ସଙ୍କେତ କରି କହିଲେ । ଦେଖ! ଆରପାଖରେ ସେ ବୁଢୀ ରହୁଛନ୍ତି, କିନ୍ତୁ ସେ ଭଲରେ ଚାଲିପାରିନ୍ତି ନାହିଁ । ପ୍ରାୟତଃ ସେ ଭଜନ ଗାନ କରନ୍ତି । ଏହା ଶୁଣି ଧନୀକଟି ବୁଢୀର ପ୍ରଶଂସା ଶୁଣି ନିଜକୁ ଟିକେ ନ୍ୟୁନ ମନେ କଲା । ତଥାପି ବୁଢୀକୁ ଦେଖିବାକୁ ଗଲେ । ସେ ଦେଖିଲେ ବୁଢୀ ଗୋଟିଏ କୁଡ଼ିଆରେ ରହୁଛି । ତା କୁଡିଆ ଆଗରେ ଗୋଟିଏ ପୋଖରୀ ଅଛି । ପୋଖରୀରେ କିଛି ମାଛ ଥିଲା ।
ବୁଢୀ ଏତେ ବୃଦ୍ଧା ଥିଲେ ଯେ ସେ ଠିକ୍ ଭାବରେ ବସି ମଧ୍ୟ ପାରୁ ନ ଥିଲେ । ତଥାପି, ତାଙ୍କ ମୁହଁରେ ଆନନ୍ଦ ଏବଂ ସନ୍ତୁଷ୍ଟିର ଦୃଶ୍ୟ ଥିଲା । ସେ ପ୍ରେମ ସହିତ ଭଜନ ଗାଉଥିଲେ । ସମୟ ସମୟରେ ସେ ଉଠି ମାଛ ପାଇଁ ଖାଦ୍ୟ ପ୍ରସ୍ତୁତ କରି ପୋଖରୀରେ ମାଛ ମାନଙ୍କୁ ଖାଇବାକୁ ଦେଉଥିଲେ । ଯାହାଦ୍ୱାରା ମାଛ ପାଇଁ ଖାଦ୍ୟର ଅଭାବ ନ ଥିଲା । ମାଛ ଖାଦ୍ୟ ପାଇଁ ତାଙ୍କୁ ଅତିରିକ୍ତ ବ୍ୟବସ୍ଥା ଏବଂ କଠିନ ପରିଶ୍ରମ କରିବାକୁ ପଡୁଥିଲା । ମାଛ ମାନଙ୍କ ଭୋଜନରେ ଯେପରି କମ୍ ନହୁଏ ସେଥିପ୍ରତି ସେ ଦୃଷ୍ଟି ଦେଉଥିଲେ । ଦେବାରେ ଆଦୌ ଅନୁତପ୍ତ ନଥିଲେ ବରଂ ଆନନ୍ଦିତ ଥିଲେ । ଏସବୁ ଦେଖି ଧନୀକଟି ତାର ଅହଂକାରକୁ ଅନୁଭବ
କଲା । ସେ ଲଜ୍ଜାରେ ମୁଣ୍ଡ ତଳକୁ କରିଦେଲେ । ତା’ପରେ ସେ ସାଧୁଙ୍କ ନିକଟକୁ ଫେରି ତାଙ୍କ ଆଚରଣ ପାଇଁ କ୍ଷମା ମାଗିଲେ । ତା’ପରେ ସାଧୁ କହିଲେ ଏହା ହେଉଛି ବୁଢୀର ତ୍ୟାଗ ଓ ସ୍ୱଭାବ ।
Comments are closed.