Latest Odisha News

BREAKING NEWS

ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ

ଭୁବନେଶ୍ୱର: ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଶୁକ୍ରବାର ଦିନ ଲଖନଉଠାରେ ଅନୁଷ୍ଠିତ ହେଉଥିବା ୫୯ତମ ଆନ୍ତଃରାଜ୍ୟ ସିନିୟର୍ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଦୂତୀ ଏହି ଦୌଡ଼କୁ ୧୧.୩୮ ସେକେଣ୍ଡରେ ସମାପ୍ତ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ଏହି ଦୌଡ଼ ପ୍ରତିଯୋଗିତାରେ ତାମିଲଡ଼ାଡୁର ଅର୍ଚ୍ଚନା ଶେସୀନ ୧୧.୫୦ ସେକେଣ୍ଡରେ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଏବଂ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ ୧୧.୬୩ ସେକେଣ୍ଡରେ ଏହି ଦୌଡ଼ ସମାପ୍ତ କରି ତୃତୀୟ ସ୍ଥାନ ଦଖଲ କରିଛନ୍ତି ।

Leave A Reply

Your email address will not be published.