Latest Odisha News

BREAKING NEWS

ଆଶେସ ସିରିଜ: ଅଷ୍ଟ୍ରେଲିଆକୁ ହରାଇଲା ଇଂଲଣ୍ଡ

ଲିଡ୍ସ: ଏଠାରେ ଅନୁଷ୍ଠିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡ ୩ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଠ ସିରିଜ ୨-୧ ସ୍ଥିତିକୁ ଆସିଛି । ସିରିଜ ଏବେ ରୋମାଂଚକ ସ୍ଥିତିରେ ପଂହଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟରେ ବିଜୟ ହାସଲ କରିଥିଲା । ୨୫୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୭ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ହ୍ୟାରୀ ବ୍ରୁକ୍ସ ୭୫ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ଜ୍ୟାକ କ୍ରାଉଲେ ୪୪ ଓ ଶେଷ ଭାଗରେ କ୍ରିସ ୱକସ ଅପରାଜିତ ୩୨ ରନ କରି ଦଳକୁ ଜିତାଇଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୨୬୩ ରନ ଜବାବରେ ଇଂଲଣ୍ଡ ୨୩୭ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୨୪ ରନ କରିବା ଫଳରେ ଇଂଲଣ୍ଡ ସମ୍ମୁଖରେ ଉପରୋକ୍ତ ଟାର୍ଗେଟ ରହିଥିଲା ।

Comments are closed.