ମୁମ୍ବାଇ: ବକ୍ସ ଅଫିସରେ ପ୍ରଭାସ, କୃତି ସେନନ ଓ ସୈଫ ଅଲି ଖାଁ ଅଭିନୀତ ଆଦିପୁରୁଷ ଆଶାନୁରୂପ ବ୍ୟବସାୟ କରିପାରି ନାହିଁ । ମହାକାବ୍ୟ ରାମାୟଣ ଉପରେ ଆଧରିତ ଏହି ଫିଲ୍ମକୁ ମେକର୍ସ ପକ୍ଷରୁ ଯେଉଁ ଭଳି ଭାବେ ପରିବେଷଣ କରାଯାଇଥିଲା ତାହା ଦର୍ଶକଙ୍କୁ ପସନ୍ଦ ଆସି ନ ଥିଲା । ଏବେ ପାଇରସୀ ୱେବସାଇଟ ପରେ ଆଦିପୁରୁଷ ୟୁ ଟ୍ୟୁବରେ ମଧ୍ୟ ଲିକ ହୋଇଯାଇଛି । ଏପରିକି ଖୁବ କମ ସମୟରେ ୨.୩ ମିଲିୟନ ଲୋକ ଏହାକୁ ଦେଖି ସାରିଲେଣି । ଶନିବାର ଏଚଡି କ୍ୱାଲିଟିର ଲିଙ୍ଗ ଆସିବା ପରେ ଏହା ଖୁବ କମ ସମୟରେ ଭାଇରାଲ ହୋଇ ଯାଇଥିଲା ।
ପରେ ଅବଶ୍ୟ ଏହାକୁ ୱେବସାଇଟରୁ ହଟେଇ ଦିଆଯାଇଥିଲା । ଧାର୍ମିକ ଭାବନାକୁ ଆହତ କରିବା ନେଇ ସ୍କ୍ରିପ୍ଟ ରାଇଟର ମନୋଜ ମୁନ୍ତାସିର ସମାଲୋଚିତ ହୋଇଥିଲେ । ଅବଶ୍ୟ ସେ ଏବେ ଏ ନେଇ କ୍ଷମା ପ୍ରାର୍ଥନ କରିଥିଲେ ମଧ୍ୟ ତାହା ବହୁତ ବିଳମ୍ବ ହୋଇଯାଇଛି ବୋଲି ପ୍ରଶଂସକମାନେ କହିଛନ୍ତି ।
Comments are closed.