Latest Odisha News

BREAKING NEWS

ମୂଷାର ମୃତ୍ୟୁ ପରେ ଅସ୍ଥି ଧରି ବିଶ୍ୱ ଭ୍ରମଣରେ ବାହାରିଲେ ମହିଳା

ବ୍ରିଟେନ: ନିଃସର୍ତ୍ତ ଭାବେ ପରସ୍ପରକୁ ଭଲ ପାଇବା ଏମିତି ଏକ ସମ୍ପର୍କ ଯାହାକୁ ସାରା ଜୀବନ କେହି ବି ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହଁନ୍ତି । ନିଜ ପ୍ରିୟ ସମ୍ପର୍କୀୟଙ୍କୁ ଭଲ ପାଇବା ଓ ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିବା ଘଟଣାର ଅନେକ ଉଦାହରଣ ରହିଛି । କେବଳ ମଣିଷ ମଣିଷ ଭିତରେ ନୁହେଁ, ମଣିଷ ଓ ପାଳିତ ପଶୁ ଭିତରେ ବି ଏ ସମ୍ପର୍କ ଦେଖିବାକୁ ମିଳେ । ଏହି ସମ୍ପର୍କର ଦ୍ୱାହି ଭିତରେ ନିଜ ପାଳିତ ମୂଷାର ଆତ୍ମାର ସଦ୍‌ଗତି ପାଇଁ ତାର ମୃତ୍ୟୁପରେ ବି ଇଛାକୁ ପୂରଣ କରିଛନ୍ତି ଜଣେ ମହିଳା । ଘଟଣାଟି ଘଟିଛି ବ୍ରିଟେନ୍‌ରେ ।

ବ୍ରିଟେନର ବର୍ମିଂହାମ ବାସିନ୍ଦା ୪୭ ବର୍ଷୀୟା ଲିସା ମୁରେ-ଲାଙ୍ଗ । ଲିସା ଜଣେ ଗ୍ରାଫିକ ଡିଜାଇନର । ସେ ଘରେ ଏକ ହାମଷ୍ଟର ପ୍ରଜାତିର ମୂଷା ପାଳିଥିଲେ । ଲିସା ତାଙ୍କ ମୂଷାକୁ ନିଜ ପିଲା ପରି ଭଲ ପାଇବା ସହ ଯତ୍ନ ବି ନେଉଥିଲେ । କୌଣସି କାରଣରୁ ୨୦୨୨ ମସିହା ମାର୍ଚ୍ଚରେ ତା’ର ମୃତ୍ୟୁ ହୋଇଗଲା । ମୃତ୍ୟୁ ପରେ ତା’ର ଅସ୍ଥିକୁ ଆମେରିକାର ମିଆମିସ୍ଥିତ ୱାଇକିକି ବିଚ୍‌କୁ ନିଆଯାଇଥିଲା । ଏଥିପାଇଁ ସେ ବିମାନରେ ୧୧ ହଜାର କିଲୋମିଟର ଯାତ୍ରା କରିଥିଲେ । ପରେ ସେଠାରେ ପହଞ୍ଚିଥିଲେ । କିନ୍ତୁ ଲିସା ସବୁବେଳେ ମୂଷାକୁ ତାଙ୍କ ଜୀବନରେ ରଖିବାକୁ ଚାହୁଁଥିଲେ । ଏହି କାରଣରୁ, ସେ ମୂଷା ହାଡ଼ର କିଛି ଅଂଶ ତାଙ୍କ ପାଖରେ ରଖି ଏକ ଲକେଟ ତିଆରି କରିଛନ୍ତି । ବର୍ତ୍ତମାନ ସେ ଏହି ଲକେଟ୍ ପିନ୍ଧି ବିଶ୍ୱ ଭ୍ରମଣ କରିବାକୁ ବାହାରିଛନ୍ତି ।

ଲିସା କହିଛନ୍ତି ଯେ, ତାଙ୍କ ପୋଷା ମୂଷା ଲଣ୍ଡନ, ପ୍ୟାରିସ୍ ଏବଂ ଆମଷ୍ଟରଡାମ୍‌ରେ ରହିବାକୁ ଭଲ ପାଉଥିଲା । ସେ ପ୍ରକୃତରେ ସେହି ସହରଗୁଡିକୁ ଯାଇ ନ ଥିଲା । କିନ୍ତୁ ଲିସା ମୂଷା ବ୍ୟବହାର କରୁଥିବା ସହରଗୁଡ଼ିକର କାର୍ଡବୋର୍ଡ ପ୍ରତିକୃତି ତିଆରି କରିଥିଲେ । ସେ ସଂଗ୍ରହାଳୟ ଏବଂ ରେଷ୍ଟୁରାଣ୍ଟର ଏକ କପି ମଧ୍ୟ କରିଥିଲେ । ବର୍ତ୍ତମାନ ଲିସା ଏହି ସହରଗୁଡିକ ପରିଦର୍ଶନ କରିବାକୁ ଯାଉଛନ୍ତି । ଆଉ ସାଙ୍ଗରେ ତାଙ୍କ ପୋଷା ମୂଷାର ଅସ୍ଥିକୁ ନେଉଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ, ଯେତେବେଳେ ସେ ପ୍ରଥମ ଥର ପାଇଁ ବିମାନରେ ମୂଷାର ଅସ୍ଥି ନେଉଥିଲେ, ସେତେବେଳେ ତାଙ୍କୁ କେବଳ ଏହି ଅସ୍ଥି ବହନ କରିବା ପାଇଁ ବିମାନ କମ୍ପାନୀକୁ ୩ ଲକ୍ଷ ଟଙ୍କା ଦେବାକୁ ପଡିଥିଲା । ସେ ମୂଷା ହାଡ଼ରୁ ହାର ତିଆରି କରି ଦୁନିଆର ବିଭିନ୍ନ ସହରକୁ ନେଇ ଯାଉଛନ୍ତି । ଏହି ବର୍ଷ ସେ ସେପ୍େଟମ୍ବରରେ ପ୍ୟାରିସ୍ ଏବଂ ନଭେମ୍ବରରେ ଲଣ୍ଡନ, ତା’ପରେ ଡିସେମ୍ବରରେ ଆମଷ୍ଟରଡାମ ଯିବେ ।

Comments are closed.