ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ରେସଲର ଭିନେଶ ଫୋଗଟଙ୍କୁ ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଭିନେଶ ଦେଇଥିବା ଠିକଣାରେ ସେମାନେ ତାଙ୍କୁ ପାଇ ନ ଥିଲେ । ଏହା ବ୍ୟତୀତ ଫୋନରେ ମଧ୍ୟ ଉପଲବ୍ଧ ନ ହେବାରୁ ଏହି ନୋଟିସ ଦିଆଯାଇଛି । ଭିନେଶ ଏବେ ବୁଡାପେଷ୍ଟ ର୍ୟାଙ୍କିଙ୍ଗ ସିରିଜରେ ଭାଗ ନେବାକୁ ଯାଇଛନ୍ତି । ଏହା ୧୬ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବ । ତାଙ୍କ ପତି ସୋମବୀର ରାଠୀ ମଧ୍ୟ ନାଡା ଅଧିକାରୀ ଭେଟି ନ ଥିଲେ । ୪୦ ମିିନିଟ ଅପେକ୍ଷା କରିବା ପରେ ସେମାନେ ପଳାଇ ଯାଇଥିଲେ । ଯେଉଁ ଆଥଲେଟ ରେଜିଷ୍ଟର୍ଡ ଟେଷ୍ଟିଙ୍ଗ ପୁଲ ଆରଟିପିର ଅଂଶବିଶେଷ ସେମାନଙ୍କର ପ୍ରତି ୩ ମାସରେ କେଉଁଠାରେ ରହୁଛନ୍ତି ତାର ଠିକଣା ଦେବା ଆବଶ୍ୟକ ।
ଏହା ବ୍ୟତୀତ ଇମେଲ, ଫୋନ ନମ୍ବର, କାର୍ଯ୍ୟସୂଚୀ, ପ୍ରଶିକ୍ଷଣସ୍ଥଳ ଓ କେଉଁ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ତାର ଡାଟା ଆବଶ୍ୟକ ବୋଲି ନାଡା ପରିଯୋଜନା ଅଧିକାରୀ ଅଙ୍କୁଶ ଗୁପ୍ତା କହିଛନ୍ତି । ଡିସେମ୍ବର ୨୦୨୨ରୁ ଭିନେଶ ଆରଟିପିରେ ସାମିଲ ହୋଇଛନ୍ତି । ପ୍ରାୟ ବର୍ଷେ ପରେ ସେ ପ୍ରଥମ ଥର ପାଇଁ ଏହାକୁ ଉଲ୍ଲଂଘନ କରିଛନ୍ତି । ଏବେ ଏହାକୁ କୌଣସି ଭୁଲ ଭାବେ ଗ୍ରହଣ କରାଯିବ ନାହିଁ । ସେ ୧୪ ଦିନ ମଧ୍ୟରେ ସବିଶେଷ ତଥ୍ୟ ଯୋଗାଇପାରିବେ । ଯଦି ବର୍ଷକ ମଧ୍ୟରେ ୩ ଥର ଏପରି ବ୍ୟତିକ୍ରମ ହୁଏ ତାହାହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀଜଣଙ୍କ କହିଛନ୍ତି ।
Comments are closed.