Latest Odisha News

BREAKING NEWS

ଅନୁଭବ-ବର୍ଷା ବିବାହ ବିଚ୍ଛେଦ, ତିନି ମାସ ମଧ୍ୟରେ ମାମଲା ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଅନୁଭବ-ବର୍ଷା ଛାଡ଼ପତ୍ର ମାମଲାରେ ହସ୍ତକ୍ଷେପ କଲେ ଓଡ଼ିଶା ହାଇକୋର୍ଟ। ୪ ସପ୍ତାହ ମଧ୍ୟରେ ବର୍ଷାଙ୍କ ଚୂ଼ଡାନ୍ତ ସାକ୍ଷ୍ୟ ଗ୍ରହଣ କରି ୩ ମାସ ମଧ୍ୟରେ ମାମଲା ଫଇସଲା କରିବାକୁ ପରିବାର ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ମାମଲାର ଶୁଣାଣି ବିଳମ୍ବ ହେବାରୁ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟ ଏଭଳି ଏକ ରାୟ ଦେଇଛନ୍ତି।

୨୦୧୪ରେ ଦୁହେଁ ବିବାହ କରିଥିଲେ, କିନ୍ତୁ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା ଏବଂ ୨୦୨୦ରେ ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ପ୍ରଥମେ ଦିଲ୍ଲୀ କୋର୍ଟରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ଓଡ଼ିଶାରେ ରହୁଥିବା ବର୍ଷାଙ୍କ ଅନୁରୋଧ କ୍ରମେ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିବା ବେଳେ ତିନି ମାସର ସମୟସୀମା ମଧ୍ୟରେ ଫ୍ୟାମିଲି କୋର୍ଟ ଏହି ମାମଲାର ଫଇସଲା କରିପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା।

ମାମଲାର ଶୀଘ୍ର ସମାଧାନ ପାଇଁ ଦାବି କରୁଥିବା ଅନୁଭବଙ୍କ ପାଇଁ ମଧ୍ୟ ଏହି ଆଦେଶ ବିଜୟ ସଦୃଶ। ଶୁଣାଣିରେ ବିଳମ୍ବ ଯୋଗୁ ତାଙ୍କୁ ଓ ତାଙ୍କ ପରିବାରକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ସେ ଯୁକ୍ତି ବାଢିଛନ୍ତି।

ଏବେ ଖୁବଶୀଘ୍ର ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବ। ସାକ୍ଷ୍ୟ ଗ୍ରହଣ ପରେ କୋର୍ଟ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ନେବେ।

Comments are closed.