ଅନୁଗୁଳ: ଜେଲ୍ରେ ରହିଛନ୍ତି ବହୁ ମୋଷ୍ଟ ୱାଣ୍ଟେଡ ଅପରାଧୀ। ଘଟାଇ ସାରିଛନ୍ତି ବହୁ ବଡ଼ ବଡ଼ ଅପରାଧ । ହେଲେ ସେମାନଙ୍କୁ ଜଗିବାକୁ ନିୟୋଜିତ ହୋଇଥିବା ୨ ଜେଲ୍ କର୍ମଚାରୀ ଚେଇଁବା ବଦଳରେ ଅଚିନ୍ତା ନିଦରେ ଶୋଇ ପଡ଼ିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କାରାଗାରରେ ଜେଲ ୱାର୍ଡର ଶୋଇବାର ଫଟୋ ଭାଇରାଲ ହେଉଛି । ଯାହା ଜେଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ।
ଭାଇରଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଜେଲରେ କଏଦୀମାନଙ୍କୁ ସୁରକ୍ଷା ଦେବାକୁ ନିୟୋଜିତ ଥିବା ୨ ଜଣ ୱାର୍ଡର ଡ୍ୟୁଟି ସମୟରେ ନିଘୋଡ଼ ନିଦରେ ଶୋଇ ପଡ଼ିଛନ୍ତି। ଜଣେ ଚେୟାର ଉପରେ ଶୋଇ ପଡ଼ିଥିବା ବେଳେ ଆଉ ଜଣେ ତଳେ ଲୋଟି ପଡ଼ିଛନ୍ତି। ଏହି ୱାର୍ଡର ଦ୍ୱୟ ହେଲେ ସୁନୀଲ ମଲ୍ଲିକ ଓ ତ୍ରିଲୋଚନ ଭୋଇ। ଏହି ୨ କର୍ମଚାରୀ ଶୋଇ ରହିଥିବା ବେଳେ ଜେଲ୍ରେ ଥିବା କଏଦୀଙ୍କୁ କିଏ ଜଗିଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଲ ଭିତରେ ମୋବାଇଲ ମନା ଥିବାରୁ ଜେଲ ଭିତରୁ କେମିତି ଏ ଫଟୋ ଆସିଲା ତାକୁ ନେଇ ମଧ୍ୟ ନାନା ଚର୍ଚ୍ଚା । ଏହି ଜେଲରେ ମୋଟ ୧୨୫ ଜଣ କଏଦୀ ରହିଛନ୍ତି । ଜଗିବା ପାଇଁ ମୋଟ୍ ୨ ଜଣ ୱାର୍ଡର ରହିଛନ୍ତି । ତେବେ ଏହା କେଉଁ ଦିନର ଫଟୋ ତାହା ସ୍ପଷ୍ଟ ହୋଇ ପାରି ନାହିଁ।
ଏହି ଫଟୋ ଏବେ ମୋବାଇଲରୁ ମୋବାଇଲ ଘୁରି ଭାଇରଲ ହେବାରେ ଲାଗିଛି । କଡ଼ା ସୁରକ୍ଷା ମଧ୍ୟରେ ଥିବା ଜେଲ୍ ଭିତରେ ସୁରକ୍ଷା କର୍ମୀ ଶୋଇବା, ଜେଲ୍ ଭିତରକୁ ମୋବାଇଲ ଯିବା, ଫଟୋ ଭାଇରାଲ ହେବା ପରି ଘଟଣା କିପରି ଘଟିଲା ତାହା ଉପରେ କେହି ମୁହଁ ଖୋଲୁ ନାହାନ୍ତି। ସେପଟେ ଉଭୟ ୱାର୍ଡରଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସସ୍ପେଣ୍ଡ କରାଯାଇଥିବା ଜେଲ୍ର ଦିଲ୍ଲୀପ ବେହେରା ସୂଚନା ଦେଇଛନ୍ତି।
BREAKING NEWS
- Floods in Odisha:ଟ୍ରାକ୍ଟରରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କଲେ ଜିଲ୍ଲାପାଳ;ଭୟଭୀତ ନ ହୋଇ ଆଶ୍ରୟସ୍ଥଳୀରେ ରହିବାକୁ ପରାମର୍ଶ
- ଆସନ୍ତାକାଲି ବନ୍ଦ ରହିବ ଭଦ୍ରକ ଓ ନବରଙ୍ଗପୁରର ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର
- ସ୍କୁଲରୁ ନିଖୋଜ, ପୋଲିସ ରିଜର୍ଭ ଗ୍ରାଉଣ୍ଡରୁ ମିଳିଲା ଶବ: ରାଜଧାନୀରେ ୭ ବର୍ଷର ନାବାଳିକା ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ
- ଫେଲ୍ ମାରିଲା ସ୍କାମରଙ୍କ ଚାଲ୍! ଲୋକସଭାରେ ସରକାର ଦେଲେ ତଥ୍ୟ, ବ୍ଲକ୍ ହେଲା ୧୫ ଲକ୍ଷ ସିମ୍ ଓ ୩୨ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ
- ୨୦୩୬ ବେଳକୁ ଟଙ୍କାର ମହତ୍ୱ ରହିବନି: ଏଲନ୍ ମସ୍କ
- ଦିବ୍ୟାଙ୍ଗଙ୍କୁ ପରିଚୟ ପତ୍ର ମିଳିବାରେ ଯେପରି ବିଳମ୍ବ ନହୁଏ ସେନେଇ ବିଶେଷ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ
- ପ୍ରକୃତିର ତାଣ୍ଡବ ନା ଜଳବାୟୁ ପରିବର୍ତ୍ତନର କୁପ୍ରଭାବ? ଜାଣନ୍ତୁ ଓଡ଼ିଶାରେ ରେକର୍ଡ ଭାଙ୍ଗୁଥିବା ଲଗାଣ ବର୍ଷା ପଛର ଅସଲ କାରଣ
- Asian Games 2026: ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ହକି ଦଳ ଘୋଷଣା:ଟିମରେ ଓଡ଼ିଆ ପୁଅ ଅମିତ ଓ ଶିଳାନନ୍ଦ
- ଦିନିକିଆ ର଼୍ୟାଙ୍କିଙ୍ଗ ଶୀର୍ଷରେ ଗିଲ, ୨୩୦ ସ୍ଥାନ ଉପରକୁ ଉଠିଲେ ବୈଭବ
- ସିଏମଓରୁ କୁଆଡ଼େ ଗଲା କମିଶନ ଫାଇଲ? ନବୀନଙ୍କୁ ଦାୟୀ କରିବାକୁ ନେଇ ଗର୍ଜିଲା ବିଜେଡି, କହିଲା ‘ସରକାର ନିଜ କାମ କରୁ ନାହାଁନ୍ତି’
Comments are closed.