Latest Odisha News

BREAKING NEWS

ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ନିର୍ମାଣ ହେବ ୧୦ ହଜାର ଗୃହ

ଭୁବନେଶ୍ୱର: କ୍ଯାବିନେଟ୍ ଅନୁମୋଦନ କରିଥିବା ନିଷ୍ପତ୍ତି ଭିତରେ ବନ ସୁରକ୍ଷା ସମିତି ଗୃହ ନିର୍ମାଣ ରହିଛି । ଜଙ୍ଗଲର ସଂରକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ବନ ସୁରକ୍ଷା ସମିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବନ ସୁରକ୍ଷା ସମିତି ପାଇଁ ସାରା ରାଜ୍ୟରେ ୧୦ ହଜାର ଗୃହ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ ।

୧୦ ହଜାର ଗୃହ ୨୦୨୩-୨୪ରୁ ୨୦୨୬-୨୭ ୪ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୨୫୦ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରାଯାଇଛି । ଏହି ବଜେଟ୍ ବ୍ୟବସ୍ଥାରେ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ୨୯୪୧ ଗୋଟି ବନ ସୁରକ୍ଷା ସମିତି ଗୃହ ନିର୍ମାଣ ଲକ୍ଷ୍ୟ ରଖା ଯାଇଛି ।

କୃଷି କ୍ଷେତ୍ର ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ସମବାୟ ବ୍ୟାଙ୍କ ଓ ପ୍ୟାକ୍ସ ଗୁଡ଼ିକୁ ରାଜ୍ୟ ଯୋଜନା ଅନ୍ତର୍ଗତ ସ୍ୱଳ୍ପ ମିଆଦୀ ଫସଲ ସୁଧ ରିହାତି ଯୋଜନାରେ ୫ ବର୍ଷ ପାଇଁ ୨୦୨୭-୨୮ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଓ ସୁଧ ରିହାତି ବାବଦକୁ ୫୭୦୦ କୋଟି ଟଙ୍କା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ଅଣଧାନ କୃଷିଜାତ ଦ୍ରବ୍ୟ ଯଥା- ମୁଗ, ବିରି, ହରଡ଼, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ଇତ୍ୟାଦି ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ନିମନ୍ତେ ଆର୍ଥିକ ବର୍ଷ ୨୦୨୩-୨୪ରୁ ୨୦୨୭-୨୮ (୫ ବର୍ଷ) ପାଇଁ ୫୦୦ କୋଟି ଟଙ୍କା ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ ।

Comments are closed.