Latest Odisha News

BREAKING NEWS

ଏମର୍ଜିଂ ଏସିଆ କପ କ୍ରିକେଟ: ଫାଇନାଲରେ ପାକିସ୍ତାନ ଏକୁ ଭେଟିବ ଭାରତ ଏ

କଲମ୍ବୋ: ଚଳିତ ଏମର୍ଜିଂ ଏସିଆ କପ କ୍ରିକେଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଭାରତ ଏ ଓ ପାକିସ୍ତାନ ଏ ମଧ୍ୟରେ ଟାଇଟଲ ମୁକାବିଲା ହେବ । ଆଜି ଅନୁଷ୍ଠିତ ସେମିଫାଇନାଲରେ ଭାରତ ଏ ୫୧ ରନରେ ବାଂଲାଦେଶ ଏକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୧୧ ରନ କରି ଅଲଆଉଟ ହୋଇ ଯାଇଥିଲା । ୟଶ ଧୂଲ ୬୬, ଅଭିଷେକ ଶର୍ମା ୩୪ ଓ ମାନବ ସୁତାର ୨୧ ରନ କରିଥିଲେ । ବାଂଲାଦେଶ ପକ୍ଷରୁ ମହେଦି ହାସନ ଓ ରକିବୁଲ ହାସନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।

ଜବାବରେ ବାଂଲାଦେଶ ଭଲ ଆରମ୍ଭ କରିଥିଲେ ମଧ୍ୟ ଶେଷ ଭାଗରେ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ହାର ମାନିଥିଲେ । ଦଳ ୩୪.୨ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ତାନଜିଦ ହାସନ ସର୍ବାଧିକ ୫୧ ରନ କରିଥିଲେ । ଭାରତ ପକ୍ଷରୁ ନିଶାନ୍ତ ସିନ୍ଧୁ ୫ଟି ଓ ମାନବ ସୂତାର ୩ଟି ୱିକେଟ ନେଇଥିଲେ । ଅନ୍ୟ ଏକ ସେମିଫାଇନାଲରେ ପାକିସ୍ତାନ ଏ ୬୦ ରନରେ ଶ୍ରୀଲଙ୍କା ଏକୁ ହରାଇ ଫାଇନାଲରେ ପ୍ରବେଶ କରିଛି ।

Comments are closed.