Latest Odisha News

BREAKING NEWS

ଶ୍ରୀମନ୍ଦିରକୁ ଛାଡ଼ିବା ପାଇଁ ଭକ୍ତଙ୍କଠାରୁ ନେଉଥିଲେ ଲାଞ୍ଚ; ଧରାପଡି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ପୁରୀ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗରେ  OSAP ର ଭାରତୀୟ ରିଜର୍ଭ ବ୍ୟାଟାଲିୟନ (ଆଇଆରବିଏନ୍) ଜଣେ ସିପାହୀଙ୍କୁ ଶନିବାର ନିଲମ୍ବିତ କରାଯାଇଛି । ସେ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦେବା ଲାଗି ଜଣେ ଭକ୍ତଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା ।

ସୂଚନାନୁସାରେ, ମନ୍ଦିରକୁ ଆସୁଥିବା ଭକ୍ତଙ୍କ ଉପରେ  ଉପରେ ନଜର ରଖିବା ପାଇଁ ପଶ୍ଚିମ ଦ୍ୱାରରେ ଆଇଆରବିଏନ୍  ଯବାନ ଶୁଭାଶୀଷ ଦାସଙ୍କୁ  ନିୟୋଜିତ କରାଯାଇଥିଲା । ମନ୍ଦିର ପ୍ରଶାସନର କଟକଣା ଅନୁଯାୟୀ, ଭକ୍ତମାନଙ୍କୁ କେବଳ ପୂର୍ବ ଫାଟକ ଦେଇ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ବାକି ତିନୋଟି ଫାଟକ କେବଳ ମନ୍ଦିରର ସେବକମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ ।

ଏକ ଭିଡିଓରେ ଦେଖିବାକୁ ମିଳିଛି, ପଶ୍ଚିମ ଦ୍ୱାରରେ ଜଣେ ଭକ୍ତ ଯବାନଙ୍କୁ କିଛି ଟଙ୍କା ଦେଇ ମନ୍ଦିର ଭିତରକୁ ଯିବାକୁ ଅନୁମତି ନେଉଛି  । ଏହି ଭିଡିଓ ଭାଇରାଲ  ସୋସିଆଲ ମିଡିଆରେ  ଭାଇରାଲ ହେବାପରେ ଅନ୍ୟ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣା ପରେ ପୁରୀ ଏସପି କାନୱାର ବିଶାଲ ସିଂ ଯବାନଙ୍କୁ ନିଲମ୍ବନ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ପାଇଁ ଏବେ ଦାବି ଜୋର ଧରିଛି । ଏହାକୁ ନେଇ ବିରୋଧୀ ଦଳ ନେତାଙ୍କ ସମେତ ଜଗନ୍ନାଥ ସେନା, ସାଧାରର ଭକ୍ତ ସମସ୍ତେ ସ୍ୱର ଉଠାଇଛନ୍ତି ।  COVID ମହାମାରୀ ସମୟରେ ତିନି ଦ୍ୱାର ବନ୍ଦ କରାଯାଇଥିଲା । ଏବେ କୋଭିଡ ଭୟ ଆଉ ନ ଥିବାରୁ ଏହି କଟକଣା ହଟାଇବାକୁ ସମସ୍ତେ ଦାବି କରିଛନ୍ତି ।  

Comments are closed.