Latest Odisha News

BREAKING NEWS

ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ ବଦଳି ଏବେ ହେଲା ‘କଲ୍‌କି ୨୮୯୮ ଏଡି’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ତାଙ୍କ ଆଗାମୀ ଫିଲ୍ମ ‘ପ୍ରୋଜେକ୍ଟ କେ’କୁ ନେଇ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ବିଗ୍ ବି ଅମିତାଭ ବଚ୍ଚନ, ଅଭିନେତ୍ରୀ ଦୀପିକା ପାଦୁକୋନ ଓ ସୁପରଷ୍ଟାର କମଲ ହସନ ମୁଖ୍ୟ ଭୂମିକାରେ ନଜର ଆସିବେ । ହେଲେ ରିଲିଜ୍ ପୂର୍ବରୁ ଏହି ଫିଲ୍ମର ନାମ ପରିବର୍ତ୍ତନ କରାଯାଇଛି । ନିର୍ମାତା ଫିଲ୍ମର ନାମ ‘ପ୍ରୋଜେକ୍ଟ କେ’କୁ ପରିବର୍ତ୍ତନ କରି ‘କଲ୍‌କି ୨୮୯୮ ଏଡି’ ରଖିଛନ୍ତି ।

ନିକଟରେ ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି । ଏଥିରେ ‘କଲ୍‌କି ୨୮୯୮ ଏଡି’ ନାମ ଥିବା ଦେଖିବାକୁ ମିଳିଛି । ହେଲେ ଏହି ଟିଜର ଲୋକଙ୍କୁ ଏତେଟା ପସନ୍ଦ ହୋଇନାହିଁ । କମିକ୍ କନ୍ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ଗ୍ରାଣ୍ଡ୍ ଲଞ୍ଚ ସମୟରେ ଏହାର ନାମ ‘ପ୍ରୋଜେକ୍ଟ କେ’ ବଦଳରେ କାଳଚକ୍ର ହୋଇପାରେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଏବେ ଟିଜର ରିଲିଜ୍ ପରେ ଏହି ଚର୍ଚ୍ଚାର ଅବସାନ ଘଟିଛି । ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ଏହି ଫିଲ୍ମକୁ ହଲିଉଡ ଚଳଚ୍ଚିତ୍ର ‘ଡ୍ୟୁନ୍‌’ ସହିତ ତୁଳନା କରି ଏହା ଏକ ଶସ୍ତା କପି ବୋଲି କହିଛନ୍ତି । ଏଥିସହ ପ୍ରଭାସଙ୍କୁ ‘ଶସ୍ତା ଆଇରନ୍ ମ୍ୟାନ୍‌’ ବୋଲି କହି ମଧ୍ୟ ସମାଲୋଚନା କରୁଛନ୍ତି ।

ନିକଟରେ ରିଲିଜ୍ ହୋଇ ସାରିଥିବା ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷକୁ ଲୋକେ ଏତେଟା ପସନ୍ଦ କରି ନ ଥିଲେ । ଏହି ଫିଲ୍ମ ହାଇ ବଜେଟ୍ ତଥା ୬୦୦କୋଟି ଟଙ୍କାରେ ନିର୍ମାଣ ହୋଇଥିଲା । ପ୍ରଭାସଙ୍କ ଆଗାମୀ ଫିଲ୍ମ ‘କଲ୍‌କି ୨୮୯୮ ଏଡି’ ତାଙ୍କର ଫ୍ଲପ କ୍ୟାରିୟରକୁ ସୁଧାରିବ ବୋଲି ସେ ଆଶା କରିଥିଲେ । ହେଲେ ଟିଜର ରିଲିଜ୍ ପରେ ଦର୍ଶକଙ୍କୁ ସେତେଟା ପସନ୍ଦ ଆସି ନ ଥିବା ଜଣାଯାଇଛି ।

Comments are closed.