Latest Odisha News

BREAKING NEWS

ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି’ : ସମସାମୟିକ ଘଟଣା ଉପରେ ଆଧାରିତ

ଭୁବନେଶ୍ୱର : ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ ‘ନିୟତି’ । ଏସ୍ ଥ୍ରୀ ମୁଭିଜ ସହିତ ରିସା ଫିଲ୍ମସର ପ୍ରଯୋଜନା ଏବଂ ସମରେଶ ରାଉତରାୟଙ୍କ ପ୍ରସ୍ତୁତି ରେ ନିର୍ମିତ ହୋଇଥିବା ଓଡ଼ିଆ ଫିଲ୍ମ ନିୟତି ଶୁକ୍ରବାର ସାରା ଓଡିଶାର କୋଡିଏଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଫିଲ୍ମରେ ସାନୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଦିବ୍ୟା ମହାନ୍ତି ଓ ପୁପୁଲ ଭୂୟାଁ ତାଙ୍କର ନାୟିକା ସାଜିଛନ୍ତି । ତେବେ ଫିଲ୍ମ ନିୟତିର ପ୍ରିମିୟର ଶୋ ସ୍ୱାତି ସିନେପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି ।

ଫିଲ୍ମଟିର ନିର୍ଦ୍ଦେଶନା ଭାର ଜଣେ ଯୁବ ନିର୍ଦ୍ଦେଶକଙ୍କ କାନ୍ଧରେ ଥିବା ବେଳେ ଏକ ନିଚ୍ଛକ ମୌଳିକ କାହାଣୀକୁ ନେଇ ନିର୍ମାଣ କରିଛନ୍ତି ଏହି ସିନେମା । ଗତାନୁଗତିକ ସମାଜର ଘଟଣାବଳୀକୁ ନେଇ ଯୁବ ସମାଜଙ୍କ ଉପରେ ଗୁରୁତ୍ୱ ଦେଇ ନିର୍ମିତ ହୋଇଛି ଏହି ଫିଲ୍ମ ନିୟତି । କିଛି ବର୍ଷ ହେବ ଓଡ଼ିଆ ସିନେମାର ଧାରା ବଦଳି ଥିବା ବେଳେ ପ୍ରଯୋଜନା ସଂସ୍ଥା ତରଫରୁ ମଧ୍ୟ ଏହି ଫିଲ୍ମ ମାଧ୍ୟମରେ ସେଇ ପ୍ରୟାସ ଜାରି ରଖିଛନ୍ତି । ବଳିଷ୍ଠ କାହାଣୀ ସହିତ ପ୍ରବୀଣ ନୂଆ ପୁରୁଣା କଳାକାର ଙ୍କୁ ନେଇ ନିର୍ମାଣ ହୋଇଛି ଏହି ଫିଲ୍ମ ।

ଫିଲ୍ମ ର ପୁରା ଟିମ ଏହାର ସଫଳତାକୁ ନେଇ ବେଶ୍ ଆଶାବାଦୀ । ବିଶେଷ କରି ଏହାର କାହାଣୀ ସମସାମୟିକ ଘଟଣା ଉପରେ ଆଧାରିତ । ଦର୍ଶକଙ୍କ ରୁଚିକୁ ଆଖିରେ ରଖି ଫିଲ୍ମରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଛି ବୋଲି କୁହାଯାଇଛି । ମୁଖ୍ୟତଃ ଓଡ଼ିଆ ଭାଷାରେ ବଦଳୁଥିବା ଦର୍ଶକୀୟ ଗ୍ରହନୀୟତାକୁ ପ୍ରାଥମିକତା ଦିଆଯାଇଛି ବୋଲି କହିଛନ୍ତି ଅଭିନେତା ସୁରେଶ ରାଉତରାୟ ।

ଏହି ପ୍ରିମିୟର ଶୋରେ ଓଡ଼ିଆ ସିନେ ଜଗତର ଅନେକ ପ୍ରଯୋଜକ, ନିର୍ଦ୍ଦେଶକ ତଥା ଅଭିନେତା ଅଭିନେତ୍ରୀ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ତଥା ସିନେପ୍ରେମୀ ଙ୍କ ମନରେ ଓଡ଼ିଆ ଫିଲ୍ମ ପ୍ରତି ଆଗ୍ରହ ବଢେଇବା ପାଇଁ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ଅବତାର ସିଂ, ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଣବ ଦାସ, ସଚ୍ଚିକାନ୍ତ ଜେନା, ବିନି ପଟ୍ଟନାୟକ, ଶ୍ରୀଧର ମାର୍ଥା, ଏନ ଗଙ୍ଗାଧର ରେଡ୍ଡୀ, ଗଦାଧର ପୁଟି, ସୁଶାନ୍ତ ମଣି, ଯୁବ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ପାର୍ଥ ସାରଥୀଙ୍କ ସମେତ ଚଳଚ୍ଚିତ୍ର ର ପ୍ରଯୋଜକ ତଥା ବରିଷ୍ଠ ଅଭିନେତା ସମରେଶ ରାଉତରାୟ, ସୁଧାଂଶୁ ନାରାୟଣ ଦାଶ (ସାନୁ), ପ୍ରେମଲଥା ରାଉତରାୟ, ଦିବ୍ୟା ମହାନ୍ତି, ପୁପୁଲ ଭୂୟାଁ, ଶୁଭ୍ରାଂଶୁ, ଉଦିତ, କେକେ, ବିଷାନ, ଅଭିଜିତ, ଅଙ୍କିତ ଉପସ୍ଥିତ ଥିଲେ ।

Comments are closed.