Latest Odisha News

କୋରିଆ ଓପନ ଜିତିଲେ ଚିରାଗ-ସାଇରାଜ ଯୋଡି

ନୂଆଦିଲ୍ଲୀ: ଭାରତର ଚିରାଗ ଶେଟ୍ଟୀ ଓ ସାତ୍ୱିକ ସାଇରାଜ ଯୋଡି କୋରିଆ ଓପନ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ଫାଇନାଲରେ ସେମାନେ ଇଣ୍ଡୋନେସିଆର ଫଜର ଅଲଫିୟାନ ଓ ମହମ୍ମଦ ରିୟାନ ଆଦିୟୋତାଙ୍କ ୧୭-୨୧, ୨୧-୧୩, ୨୧-୧୪ ସେଟରେ ପରାସ୍ତ କରିଥିଲେ । ଚଳିତ ବର୍ଷ ଜବରଦସ୍ତ ଫର୍ମରେ ଥିବା ଏହି ଭାରତୀୟ ଯୋଡଙ୍କ ଏହା ହେଉଛି ତୃତୀୟ ଟାଇଟଲ । ପ୍ରଥମ ଗେମରେ ଚିରାଗ-ସାଇରାଜ ହାରିଯାଇଥିଲେ । ମାତ୍ର ଏହା ପରେ କ୍ରମାଗତ ୨ଟି ଯାକ ଗେମକୁ ଜିତି ମ୍ୟାଚରେ ବିଜୟ ହାସଲ କରିଥିଲେ ।

ସେମାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନରେ ପ୍ରତିଦ୍ୱନ୍ଦ୍ୱୀ ତଥା ବିଶ୍ୱର ୧ ନମ୍ବର ଯୋଡି ଚାପରେ ରହି ଭୁଲ କରିଥିଲେ । ଯାହାର ଫାଇଦା ଉଠାଇ ଚିରାଗ-ସାଇରାଜ ଟାଇଟଲ ହାସଲ କରିଥିଲେ । ୨୦୨୨ ରାଜ୍ୟଗୋଷ କ୍ରୀଡା ବିଜେତା ଭାରତୀୟ ଯୋଡିଙ୍କ ଏହା କ୍ରମାଗତ ୧୦ମ ବିଜୟ । ସୁଇସ ଓପନ, ଏସୀୟ ଚାମ୍ପିୟନଶିପ ଓ ଇଣ୍ଡୋନେସିଆ ଓପନରେ ସେମାନେ ବିଜୟ ହାସଲ କରିଛନ୍ତି ।

Comments are closed.