Latest Odisha News

BREAKING NEWS

ସମୁଦ୍ରର ରଙ୍ଗ ବଦଳି ସବୁଜ ହେଉଛି, ଚିନ୍ତାରେ ବୈଜ୍ଞାନିକ

ନୂଆଦିଲ୍ଲୀ: ପରିବେଶକୁ ଧ୍ୱଂସ କରିବାରେ ମନୁଷ୍ୟ ମୂଖ୍ୟ ଭୂମିକା ଗ୍ରହଣ କରୁଛି । ତାପମାତ୍ରା ବୃଦ୍ଧି ପାଇବାଠାରୁ ଆରମ୍ଭ କରି ଅନେକ କିଛି ବ୍ୟତୀକ୍ରମ ଦେଖିବାକୁ ମିଳୁଛି । ଏବେ ସମୁଦ୍ରର ରଙ୍ଗ ବଦଳିବା ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି । ସମୁଦ୍ର ଏବେ ଧିରେ ନୀଳରୁ ସବୁଜ ହେଉଛି । ଏହାର ମୂଖ୍ୟ କାରଣ ହେଲା ଫାଇଟପ୍ଲାଙ୍କଟୋନଙ୍କ ସଂଖ୍ୟାରେ ବୃଦ୍ଧି । ଏହା କାର୍ବନ ଡାଇଅକ୍ସସାଇଡ ଗ୍ରହଣ କରନ୍ତି ଏବଂ ଅମ୍ଳଜାନ ଛାଡିଥାନ୍ତି । ବୈଜ୍ଞାନିକଙ୍କ ମତରେ ସାମୁଦ୍ରିକ ଜୀବ ଏହା ବିପଦ ସୃଷ୍ଟି କରୁଛି । ସମୁଦ୍ରରେ ରହୁଥିବା ଜୀବଜନ୍ତୁ ଅକ୍ସିଜେନକୁ ଇନହେଲ କରିଥାନ୍ତି । ଅମ୍ଳଜାନ କମିବା ଯୋଗୁ ସମୁଦ୍ର ସେମାନଙ୍କ ପାଇଁ ଧିରେ ଧିରେ ମୃତ୍ୟୁର ଶେଯ ପାଲଟୁଛି ।

୨୦୦୨ରୁ ୨୦୨୨ ମଧ୍ୟରେ ସଂଗ୍ରହ କରାଯାଇଥିବା ସାଟେଲାଇଟ ଡାଟାରୁ ସମୁଦ୍ରର ରଙ୍ଗ ବଦଳୁଥିବା ଜଣାପଡିଛି । ମନୁଷ୍ୟ ଇକୋସିଷ୍ଟମକୁ ନଷ୍ଟ କରି ନିଜ ଉପରକୁ ବିପଦ ଟାଣି ଆଣୁଛି । ସମୁଦ୍ର ଦୁନିଆର ୨୫ ପ୍ରତିଶତ କାର୍ବନ ଡାଇଅକ୍ସସାଇଡ ଗ୍ରହଣ କରି ନେଇଥାଏ । ଏବେ ଏହାର ବୃଦ୍ଧି ଯୋଗୁ ସମୁଦ୍ରର ଉତାପ ମଧ୍ୟ ବଢ଼ିବାରେ ଲାଗିଛି । ସମୁଦ୍ରର ଅସ୍ଥିରତା ଯୋଗୁ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ମନୁଷ୍ୟ ତାର ସୁବିଧା ସୁଯୋଗ ପାଇଁ ଯେଉଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରୁଛି ତାର ଶେଷ ଫଳ ହେଉଛି ଅଧିକରୁ ଅଧିକ ଅଙ୍ଗାରକାମ୍ଳ ପରିବେଶକୁ ଛାଡିବା । ଯାହା ଫଳରେ ଉତାପ ବଢ଼ୁଛି ।

ସମୁଦ୍ର ମଧ୍ୟକୁ ଯାଉଥିବା କେଉଟମାନେ ମଧ୍ୟ ଏହାର ଉତାପ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ୬୫ ବର୍ଷ ମଧ୍ୟରେ ୧୪ ଥର ଅଲ ନୀନୋ ପ୍ରଶାନ୍ତ ମହାସାଗରରେ ସକ୍ରିୟ ହେଉଛି । ଏହାର ପ୍ରଭାବରେ ଭାରତରେ ୯ ଥର ବଡ ଧରଣର ମରୁଡି ପଡିଛି । ଏବେଠାରୁ ସତର୍କ ନ ହେଲ ସବୁ କିଛି ହାତରୁ ଚାଲିଯିବ ବୋଲି ପରିବେଶବିତମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

Comments are closed.