Latest Odisha News

BREAKING NEWS

ଅଗଷ୍ଟ ୩ରେ ଲଞ୍ଚ ହେବ ‘ଏଥର’ର ନୂଆ ଇଲେକ୍ଟ୍ରିକ ସ୍କୁଟର: ଜାଣନ୍ତୁ କେତେ ଅଛି ଦାମ

ନୂଆଦିଲ୍ଲୀ: ଇଲେକ୍ଟ୍ରିକ ସ୍କୁଟର ସେଗମେଣ୍ଟରେ ଯେମିତି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଓଲା ନିଜର ସବୁଠାରୁ ସୁଲଭ ମୂଲ୍ୟର ସ୍କୁଟରର ବଜାରପ୍ରବେଶ କରାଇଥିଲା । ଏବେ ଏଥର ଏନର୍ଜୀ ନିଜର ଇଲେକ୍ଟ୍ରି ସ୍କୁଟରର ବୁକିଂ ଆରମ୍ଭ କରି ଦେଇଛି । ଏହି ସ୍କୁଟର ଅଗଷ୍ଟ ୩ ତାରିଖରେ ଲଞ୍ଚ ହେବ । ତେବେ ଏହି ନୂଆ ଗାଡି ଲଞ୍ଚ କରିବା ପୂର୍ବରୁ ଏହାର ଦାମ କେତେ ରହିଛି  ଖୁଲାସା କରିଛି କମ୍ପାନୀ ।

ମିଳିଥିବା ସୂଚନା ଅନୁଯାୟୀ, ଏହି ସ୍କୁଟରର ଦାମ ୧, ୨୯, ୯୯୯ (ଏକ୍ସ ସୋ ରୁମ) ଟଙ୍କା ରହିଛି । ଗ୍ରାହକ ଏହି ସ୍କୁଟର ୨,୫୦୦ ଟଙ୍କାର ଟୋକନ ରାଶି ଦେଇ ବୁକ କରି ପାରିବେ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।

ପୂ୍ର୍ବରୁ କମ୍ପାନୀ ନୂଆ ଏଥର ୪୫୦୫ ଟିଜର ଜାରି କରିଥିଲା । ଏହି ଗାଡି ସିଙ୍ଗଲ ଚାର୍ଜରେ ୧୧୫ କିମି IDC ରେଞ୍ଜ ସହ ଯିବ । ଏହାର ସର୍ବାଧିକ ସ୍ପିଡ ଘଣ୍ଟା ପ୍ରତି  ୯୦ କିମି ରହିବ । ଏହି ସ୍କୁଟର ୩.୯ ସେକେଣ୍ଡରେ ଶୂନରୁ ୪୦ କିମି ପ୍ରତିଘଣ୍ଟା ପର୍ଯ୍ୟନ୍ତ ସ୍ପଡରେ ଯିବାରେ ସକ୍ଷମ ହେବ  ।

ଏଥର ୪୫୦୫ ସ୍କୁଟରରେ କମ୍ପାନୀ ୩ କିଲୋୱାଟର କ୍ଷମତାର ବ୍ୟାଟେରୀ  ପ୍ୟାକ ଦେଇଛି । ଏହାବ୍ୟତୀତ ୬.୪ କିଲୋୱାଟ କ୍ଷମତା ବିଶିଷ୍ଟ ଇଲେକ୍ଟ୍ରି ମୋଟର ମଧ୍ୟ ଦେଇଛି । ଦେଖିବାକୁ ଗଲେ ଏହି ସ୍କୁଟର କିଛିମାତ୍ରାରେ ଏଥର ୪୫୦X ମଡେଲ ପରି । ତେବେ ଏଥିରେ କିଛି କସମେଟିକ ପରିବର୍ତ୍ତନ ଦେଖିବାକୁ ମିଳିବ ଯାହା ଦୁଇ ମଡେଲର ଭିନ୍ନତାକୁ ସ୍ପଷ୍ଟ କରିବ ।

ବଜାରରେ ଏହି ସ୍କୁଟର OLA S1 Air ସହ ପ୍ରତିଦ୍ୱନ୍ଦ୍ୱିତା କରିବ ।ଓଲାର ଏହି ମଡେଲ ଦାମ ୧, ୦୯, ୯୯୯ (ଏକ୍ସ ସୋ ରୁମ) ରହିଛି । ଓଲାର ଏହି ଗାଡି ୩କିଲୋୱାଟ ବ୍ୟାଟେରୀ ପ୍ୟାକ ଦେଉଥିବାବେଳେ ଏହା ସିଙ୍ଗଲ ଚାର୍ଜରେ ୧୨୫ କିମି ଯିବ ବୋଲି କମ୍ପାନୀ ଦାବି କରିଛି ।

 

Comments are closed.