Latest Odisha News

BREAKING NEWS

ହୃଦଘାତରେ ଅଭିନେତ୍ରୀଙ୍କ ସ୍ୱାମୀ ମୃତ, ବର୍ଷକ ତଳେ ହୋଇଥିଲା ବିବାହ

ହାଇଦ୍ରାବାଦ: ସାଉଥ ଅଭିନେତ୍ରୀ ଶ୍ରୁତି ସନ୍‌ମୁଗ ପ୍ରିୟାଙ୍କ ସ୍ୱାମୀ ଅରବିନ୍ଦ ଶେଖରଙ୍କର ଅଚାନକ ପରଲୋକ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଶ୍ରୁତି ୨୦୨୨ ମସିହା ମେ ମାସରେ ବିବାହ କରିଥିଲେ । ବିବାହକୁ ମାତ୍ର ୧ ବର୍ଷ ପୂରଣ ହେଉଣୁ ବିଧବା ହୋଇ ଯାଇଛନ୍ତି ।

ଅରବିନ୍ଦ ପେସାରେ ଇଞ୍ଜିନିୟର ସହ ଫିଟ୍‌ନେସ୍ ଟ୍ରେନର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା । ସେ ବସିଥିବାବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱାମୀଙ୍କୁ ହରାଇ ଏବେ ଶ୍ରୁତି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

ଗତବର୍ଷ ହୋଇଥିବା ମିଷ୍ଟର ତାମିଲନାଡୁ-୨୦୨୨ ପ୍ରତିଯୋଗିତାରେ ଅରବିନ୍ଦ ବିଜୟୀ ହୋଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ଶ୍ରୁତି ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ୍ କରିଛନ୍ତି । ଶ୍ରୁତି ତାଙ୍କ ସ୍ୱାମୀଙ୍କ ସହ ଏକ ଆନନ୍ଦଦାୟକ ମୁହର୍ତ୍ତର ଫଟୋ ସେୟାର କରିଛନ୍ତି । ଆଉ ଲେଖିଛନ୍ତି ଯେ, କେବଳ ଶରୀର ଦୁନିଆ ଛାଡ଼ି ଚାଲିଯାଇଛି । ହେଲେ ତୁମ ଆତ୍ମା ଓ ହୃଦୟ ଏବେ ବି ମୋ ପାଖରେ । ଯାହାକି ଏବେ ବି ମୋତେ ସୁରକ୍ଷା ଦେଉଛି ଓ ଆଗକୁ ବି ଦେବ । ତୁମ ଆତ୍ମାକୁ ଶାନ୍ତି ମିଳୁ ଅରବିନ୍ଦ । ତୁମ ପ୍ରତି ମୋ ଭଲପାଇବା ଆହୁରି ବଢ଼ିଯାଇଛି । ଏବେ ମୋ ପାଖରେ ପୂର୍ବଠାରୁ ଆହୁରି ଅଧିକ ସ୍ମୃତି ଅଛି । ସେସବୁକୁ ମୁଁ ଜୀବନଯାକ ସାଇତି ରଖିବି ।

Comments are closed.