Latest Odisha News

ବନ୍ଦେ ଭାରତ ଟ୍ରେନ୍ ଉପରକୁ ଟେକା ମାଡ଼

ଉତ୍ତରପ୍ରଦେଶ: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼ । ଉତ୍ତରପ୍ରଦେଶ ଅନ୍ତର୍ଗତ ବାରବଙ୍କୀଠାରେ ଗତକାଲି ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଏଥିରେ କୋଚର ଝରକା କାଚ ଭାଙ୍ଗିଯାଇଥିବା ‘ରେଲୱ ପ୍ରୋଟେକସନ ଫୋର୍ସ’ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗୋରଖପୁରରୁ ଲକ୍ଷ୍ନୌ ଅଭିମୁଖେ ଯାଇଥିବା ବନ୍ଦେ ଭାରତ ଟ୍ରେନଟି ବାରବଙ୍କୀର ସଫେଦାବାଦ ଷ୍ଟେସନ ନିକଟରେ ପହଁଞ୍ଚିଥିବା ବେଳେ ସେଠାରେ ଟ୍ରେନ ଉପରକୁ କିଛି ଲୋକେ ପଥର ମାଡ଼ କରିଥିଲେ । ଫଳରେ ଟ୍ରେନଟି ପୂର୍ବାହ୍ନ ୧୦:୪୦ ମିନିଟରେ ଲକ୍ଷ୍ନୌରେ ପହଁଞ୍ଚିଥିଲା । ଏନେଇ ‘ରେଲୱ ପ୍ରୋଟେକସନ ଫୋର୍ସ’ ‘ଏସକର୍ଟ ଟିମ୍’ ଓ ‘କଣ୍ଟ୍ରୋଲ ରୁମ’କୁ ୧୧:୪୦ ମିନିଟରେ ସୂଚନା ଦେଇଥିଲେ । ସୂଚନା ମିଳିବା ପରେ, ଆରିପିଏଫ ଇନସପେକ୍ଟର ଘଟଣାସ୍ଥଳରେ ପହଁଞ୍ଚିଥିଲେ । କିନ୍ତୁ ସେଠାରେ ସେ କୌଣସି ଦୁର୍ବୃତ୍ତମାନଙ୍କୁ ପାଇ ନଥିଲେ ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଶର ୫୦୮ଟି ରେଳ ଷ୍ଟେସନର ସୌନ୍ଦର୍ଯ୍ୟକରଣ କରିବାକୁ ପଦକ୍ଷେପ ନେଉଥିବା ବେଳେ ଲୋକମାନେ କିନ୍ତୁ ନିଜ ଦେଶର ସମ୍ପତ୍ତି ନଷ୍ଟ କରିବାରେ ବ୍ୟସ୍ତ । ଗତକାଲିର ଦୁର୍ଘଟଣା ସମ୍ପର୍କରେ ରେଳବାଇ ସୁରକ୍ଷା ଫୋର୍ସର ଏସକଟ ଟିମ୍ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲା । ଏହି ଘଟଣା ପରେ ବାରବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କିରିଛି ।

ପ୍ରକାଶ ଥାଉ କି, ଗତ ଜୁଲାଇ ମାସ ୧୧ ତାରିଖରେ ଅଯୋଧ୍ୟା ସୋହୱାଲ ଓ ଦେଓରା କୋଟ ମଧ୍ୟ ଦେଇ ଲକ୍ଷ୍ନୌ ଯାଉଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ଼ ହୋଇଥିଲା । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ମୁନ୍ନୁ ପାସୱାନ୍ କହିଥିଲେ ଯେ, ଏହି ଟ୍ରେନରେ କଟି ତାଙ୍କର ୬ଟି ଛେଳିଙ୍କ ମୃତ୍ୟୁ ହୋଇଥିଲା । ଏଥିପାଇଁ ସେ ରାଗିଯାଇ ଦୁଇ ପୁଅଙ୍କ ସହ ମିଶି ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ।

Comments are closed.