Latest Odisha News

୧୦ ବର୍ଷର କୁନି ଝିଅର ମନ ରଖିଲେ ବାପା ମାଆ, ମୃତ୍ୟୁର ଦିନକ ପୂର୍ବରୁ କରାଇଲେ ବିବାହ

ନ୍ୟୁୟର୍କ: ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି, ଯାହା କି ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି । ୧୦ ବର୍ଷର କୁନି ଝିଅ ଏମା ଏଡୱାର୍ଡ୍ସ ଏବେ ଆଉ ଦୁନିଆରେ ନାହିଁ । ବ୍ଲଡ କ୍ୟାନ୍ସରରେ ତାର ମୃତ୍ୟୁ ଘଟିଛି । ତେବେ ସେ ପିଲା ବେଳୁ ବାହାହେବାକୁ ଚାହୁଁଥିଲା । ବାପା ମାଆଙ୍କୁ ଯେତେବେଳେ ଡାକ୍ତର ସେ ଆଉ କିଛି ଦିନ ବଂଚିବ ବୋଲି କହିଲେ, ସେମାନେ ବ୍ୟସ୍ତ ହୋଇ ପଡିଥିଲେ । ଝିଅର ଶେଷ ଆଶା ପୂରଶ କରିବା ସେମାନେ ଅଂଟା ଭିଡିଥିଲେ । ଏଥିରେ ସୋସାଇଟିରେ ରହୁଥିବା ଲୋକମାନେ ଭରପୂର ସହଯୋଗ କରିଥିଲେ । ଏମାକୁ ପଚାରି ତା ପାଇଁ ବର ଖୋଜା ଯାଇଥିଲା । ଏମାର ସବୁଠାରୁ ଭଲ ସାଙ୍ଗ ଥିଲେ ଡେନିୟଲ ମାର୍ଶଲ । ସେ ସାଜିଥିଲେ ଏମାଙ୍କ ପତି ।

ସମସ୍ତେ ଏଥିରେ ସାମିଲ ହୋଇ ଏହାକୁ ଏକ ବାହାଘରର ରୂପ ଦେବା ପାଇଁ ସମସ୍ତ ଉଦ୍ୟମ କରିଥିଲେ । ଏହା ସମ୍ପୂର୍ଣ୍ଣ ସଫଳ ହୋଇଥିଲା । ତେବେ ଦିନକ ପରେ ଏମା ସମସ୍ତଙ୍କୁ ଅଲବିଦା କହି ଆର ପାରିକୁ ଚାଲି ଯାଇଥିଲା । ସ୍କୁଲରେ ଏମା ବିବାହ କରିବାକୁ ଚାହୁଁଥିଲା ମାତ୍ର ଏହା ସମ୍ଭବପର ନ ହେବାରୁ ସୋସାଇଟିରେ ଏହାକୁ କରାଯାଇଥିଲା । ଏହି ଘଟଣା ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Comments are closed.