Latest Odisha News

ନେପାଳରୁ ଭାରତ ଆସିବ ଟମାଟୋ, ୭୦ ଟଙ୍କାକୁ ଖସିବ ଦର

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଟମାଟୋ ମୂଲ୍ୟ ଆକାଶଛୁଆଁ ହେଉଛି। ଦର ନିୟନ୍ତ୍ରଣ ପାଇଁ ନେପାଳରୁ ଟମାଟୋ ଆମଦାନୀ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ପାର୍ଲାମେଣ୍ଟରେ କହିଛନ୍ତି। ସେ କହିଛନ୍ତି, ନାଫେଡ୍ ଚଳିତ ସପ୍ତାହ ଶେଷ ସୁଦ୍ଧା ଦିଲ୍ଲୀ ଏନସିଆରରେ କିଲୋ ପିଛା ୭୦ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ଯୋଜନା କରିଛି।

ଶୁକ୍ରବାର ସୁଦ୍ଧା ବାରଣାସୀ, ଲକ୍ଷ୍ନୌ ଏବଂ କାନପୁରରେ ନେପାଳରୁ ବରାଦ ଦିଆଯାଇଥିବା ଟମାଟୋର ପ୍ରଥମ ଖେପ ପହଞ୍ଚିବ। ଲୋକଙ୍କୁ ମହଙ୍ଗା ମାଡରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ୩ ମାସ ହେଲା ପାଇକାରୀ ବଜାରରେ ଟମାଟୋ କିଲୋ ପ୍ରତି ଦର ୧୪୦ ଟଙ୍କାରୁ ଅଧିକ ରହିଛି। ତେବେ ଟମାଟୋ ଦର ହ୍ରାସ ହେଲେ ଗ୍ରାହକ ଆଶ୍ୱସ୍ତୀ ପାଇବେ। ଧିରେ ଧିରେ ଦର ନିୟନ୍ତ୍ରଣ ହେବ। ସ୍ୱାଭିକ ହେବ ମାର୍କେଟ ପରିସ୍ଥିତି।

ସାରା ଦେଶରେ ମୌସୁମୀ ବର୍ଷା ଲାଗି ରହିଥିବାରୁ ପରିବା ଚାଷ ପ୍ରଭାବିତ ହୋଇଛି। ଫଳରେ ଦରଦାମ ବୃଦ୍ଧି ହେଉଛି। ଦିଲ୍ଲୀ ସମେତ ଦେଶର ପ୍ରାୟ ସମସ୍ତ ସହରରେ ଟମାଟୋ କିଲୋ ପ୍ରତି ପ୍ରାୟ ୧୪୦ ଟଙ୍କା ରହିଛି ଏବଂ ଟମାଟୋ ଆବଶ୍ୟକତା ମୁତାବକ ଅମଳ ହେଉ ନାହିଁ। ଫଳରେ ଖୁଚୁରା ଦୋକାନରେ ଟମାଟୋ ଦର ବୃଦ୍ଧି ପାଉଛି।

Comments are closed.