Latest Odisha News

ମହିଳାଙ୍କ ଦାନ୍ତରେ ହେଉଥିଲା ଯନ୍ତ୍ରଣା : ଭାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ଉପାଡି ଦେଲେ ସ୍ୱାମୀ

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀରରେ ଥିବା ରୋଗକୁ ଅଣଦେଖା କରନ୍ତି । ଡାକ୍ତରଙ୍କ ପାଖକୁ ଠିକ୍ ସମୟରେ ଯାଇ ନ ଥିବାରୁ ରୋଗ ଧୀରେ ଧୀରେ ମାରାତ୍ମକ ହୋଇଥାଏ । ବଜେଟରୁ ମଧ୍ୟ ଦୂରେଇ ରହିବାକୁ ଚାହାଁନ୍ତି । ବିଶେଷକରି ଯଦି କାହାର ଦାନ୍ତର ସମସ୍ୟା ହୋଇଥାଏ, ତେବେ ବର୍ଷ ବର୍ଷ ଧରି ଘରୋଇ ଉପଚାର କରିଥାନ୍ତି । ଏବେ ଜଣେ ମହିଳା ଏମିତି କରି ବସିଛନ୍ତି, କେହି ତାହାକୁ ଭାବି ବି ପାରିବେ ନାହିଁ ।

କରିନା ହର୍ନ ନାମକ ଜଣେ ମହିଳାଙ୍କ ଦାନ୍ତରେ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇବାରୁ ଦାନ୍ତରେ ରୁଟ୍‌କେନାଲ କରିବାକୁ ପରାମର୍ଶ ଦେଇଥିଲେ । ମହିଳା ଜଣକ ଦାନ୍ତ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହିଁଲେ ନାହିଁ । ଘରେ ନିଜ ଦାନ୍ତ କିପରି ଉପାଡ଼ିବେ ସେନେଇ ଚିନ୍ତା କଲେ । ଏଥିପାଇଁ ସେ ତାଙ୍କ ସ୍ୱାମୀଙ୍କୁ ଭାକ୍ୟୁମ କ୍ଲିନର୍ ସାହାଯ୍ୟରେ ଖରାପ ଦାନ୍ତ କାଢିବାକୁ କହିଥିଲେ । ତାଙ୍କ ସ୍ୱାମୀ ବି ମହିଳାଙ୍କ କଥାକୁ ସହଜରେ ଗ୍ରହଣ କରି ନେଲେ ।
ମହିଳାଙ୍କ ସ୍ୱାମୀ ଭାକ୍ୟୁମ୍ କ୍ଲିନର୍ ବ୍ୟବହାର କରିଲେ । ଏଥିପାଇଁ ସେ ଡକ୍ଟର ଟେପ୍ ବ୍ୟବହାର କରି ମହିଳାଙ୍କ ମୁହଁର ଗୋଟିଏ ପାର୍ଶ୍ୱରେ ତକିଆ ବାନ୍ଧି ଥିଲେ । ତା’ପରେ ଦାନ୍ତ ଉପାଡ଼ିିବା କାର୍ଯ୍ୟ ଆରମ୍ଭ କରିଥିଲେ । ସମସ୍ତ ଜିନିଷକୁ ବର୍ଜନ କରିବା ପରେ ସ୍ୱାମୀ ଦାନ୍ତକୁ ଉପାଡି଼ ଦେଇଥିଲେ । କରିନା କହିଛନ୍ତି ଯେ, ମୋ ସ୍ୱାମୀ ଭାକ୍ୟୁମ କ୍ଲିନର ସାହାଯ୍ୟରେ ମୋ ଦାନ୍ତ ଉପାଡ଼ିଦେଲେ । ମୋତେ କିଛି ସମୟ ଦାନ୍ତରେ ଯନ୍ତ୍ରଣା ହେଲା । ତାପରେ ଧୀରେ ଧୀରେ କମିଗଲା । କିନ୍ତୁ ମୋର ବହୁତ ଟଙ୍କା ବଞ୍ଚିଗଲା । ଏହା ଶୁଣିବାପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଖବର ଦେଖିବା ପରେ ୧୫ ହଜାର ଟଙ୍କା ଦେଇ ଦାନ୍ତ ଉପାଡ଼ିଦେବା ଉଚିତ୍ ବୋଲି ଅନେକ ମତ ଦେଇଛନ୍ତି ।

Comments are closed.