Latest Odisha News

BREAKING NEWS

ଏକ ସମୃଦ୍ଧ, ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ମିଳିମିଶି କାମ କରିବା-ସ୍ୱାଧୀନତା ଦିବସରେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଓଡିଶା ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଇନଫ୍ରାଷ୍ଟ୍ରକ୍ଚର ଆଦି ବିକାଶର ସବୁ କ୍ଷେତ୍ରରେ 5-T ର ଉପଯୋଗ ନୂଆ ଆଶା ସୃଷ୍ଟି କରିଛି। ରାଜ୍ୟର ସବୁ ଲୋକ ଅର୍ଥାତ ଧନୀ, ଗରିବ, ମଧ୍ୟମ ବର୍ଗ ସମସ୍ତେ ଏ ରୂପାନ୍ତରରେ ସାମିଲ ହୋଇଛନ୍ତି।  ଓଡିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି । ୭୭ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଅଭିଭାଷଣ ଦେଇ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟାେଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ  ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଜନ କରି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏଥିସହ   ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପରି ମହାନ୍ ସଂଗ୍ରାମୀମାନଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହିତ ଦେଶର  ଶହୀଦ ଯବାନମାନଙ୍କ ପ୍ରତି ମଧ୍ୟ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଆଜି ଭାରତ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଛି। ବିଭିନ୍ନ କ୍ଷେତ୍ରରେ ବିକାଶ ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି। ଚନ୍ଦ୍ରଯାନ-୩ Space Research କ୍ଷେତ୍ରରେ ଭାରତର  ଗୌରବ ବୃଦ୍ଧି କରିଛି। ସେହିପରି  ଓଡିଶା ମଧ୍ୟ ଆଜି ରୂପାନ୍ତର ଯୁଗରେ ପହଞ୍ଚିଛି।  ଓଡିଶାର ଅର୍ଥନୀତି ମଜବୁତ ହେଉଛି। ଗରିବୀ କମିଛି। ଓଡିଶାକୁ ଏବେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଆସୁଛି। ଯୁବକମାନଙ୍କ ପାଇଁ ନିଯୁକ୍ତିର ବିପୁଳ ସୁଯୋଗ ଆସିଛି ।ସଶକ୍ତୀକରଣ  ପାଇଁ  ଆର୍ଥିକ  ଅନ୍ତର୍ଭୁକ୍ତୀକରଣ ଜରୁରୀ  । ରାଜ୍ୟରେ ୪୩୭୩ ବ୍ୟାଙ୍କ ନ ଥିବା ପଞ୍ଚାୟତରେ  ସରକାର ବ୍ୟାଙ୍କ ସୁବିଧା ଯୋଗାଇ ଦେବାକୁ  ନିଷ୍ପତ୍ତି ନେଇଛନ୍ତି।  ସେହିପରି ମଧୁବାବୁ ପେନ୍‌ସନ ଯୋଜନାରେ ନିକଟରେ ଆଉ ୪ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଛି । ଆଜିଠାରୁ ନୂଆ ଉପଭୋକ୍ତାମାନଙ୍କୁ ପେନ୍‌ସନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, BSKY, ମହିଳା ସଶକ୍ତୀକରଣର ସଫଳତା ବିଷୟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ,    ଯୁବ ସମାଜକୁ  ଆତ୍ମନିର୍ଭରଶୀଳ କରିବା ପାଇଁ   ପ୍ରତିବର୍ଷ ଏକ ଲକ୍ଷ ଯୁବକମାନଙ୍କୁ ନୂଆ ଯୋଜନାରେ ତାଲିମ ଦିଆଯାଉଛି ।  ଜଗନ୍ନାଥ ସଂସ୍କୃତିର ସୁରକ୍ଷା   ସହ ପ୍ରତି ଗାଁରେ ଆଧୁନିକ ଡିଜିଟାଲ  ଇନଫ୍ରାଷ୍ଟ୍ରକ୍ଚରର ବିକାଶ ଆମ ସରକାରର ଲକ୍ଷ୍ୟ।   ଏଥିପାଇଁ  ଚାରି ହଜାର କୋଟି ଟଙ୍କାର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ଶେଷରେ ଏକ ସମୃଦ୍ଧ ଓଡିଶା, ଏକ ରୂପାନ୍ତରିତ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଳିମିଶି କାମ କରିବା ଲାଗି ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ।

Comments are closed.