Latest Odisha News

ୟୁ-ଟ୍ୟୁବ୍‌ରେ ସର୍ବାଧିକ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଭିଡିଓ ଅପଲୋଡ କରି ରେକର୍ଡ଼ କଲେ ଗଞ୍ଜାମର ଅଜିତ୍ କୁମାର

ଗଞ୍ଜାମ: ୟୁ-ଟ୍ୟୁବ୍‌ରେ ସର୍ବାଧିକ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଭିଡିଓ ଅପଲୋଡ କରି ରେକର୍ଡ଼ କଲେ ଗଞ୍ଜାମର ଅଜିତ୍ କୁମାର ମଲ୍ଲିକ । ଗୋଟିଏ ମାସରେ ସେ ୟ୍ୟୁଟୁବ୍‌ରେ ସର୍ବାଧିକ ପଦାର୍ଥ ବିଜ୍ଞାନ ସମ୍ପର୍କିତ ଭିଡ଼ିଓ ପୋଷ୍ଟ଼ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି । ଏନେଇ ଅଜିତ୍ ଓ ତାଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି । ଏଭଳି ପ୍ରଶଂସନୀୟ କାମ ପାଇଁ ତାଙ୍କ ପାଖକୁୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ତଣ୍ଡିପୁର ପଞ୍ଚାୟତ ରାଜପୁରର ଅଜିତ କୁମାର ମଲ୍ଲିକ । ସେ ଗତ ମେ ୨୭ରୁ ଜୁନ ୨୭ ତାରିଖ ମଧ୍ୟରେ ୟୁ-ଟ୍ୟୁବ୍‌ରେ ୫୪ଟି ପଦାର୍ଥ ବିଜ୍ଞାନ ସଂପର୍କିତ ଭିଡିଓ ଅପଲୋଡ କରି ଏହି ବିରଳ ରେକର୍ଡ଼ର ଅଧିକାରୀ ହୋଇ ପାରିଛନ୍ତି । ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ଅଜିତଙ୍କୁ ମାନପତ୍ର, ପୁସ୍ତକ ଓ ମେଡାଲ୍ ପ୍ରଦାନ କରି ସମ୍ମାନିତ କରାଯାଇଛି । ଅନ୍ୟପଟେ ଅଜିତଙ୍କ ଭିଡିଓ ଗୁଡ଼ିକ ପଦାର୍ଥ ବିଜ୍ଞାନର ଶିକ୍ଷାର୍ଥୀମାନଙ୍କ ପାଇଁ ଜ୍ଞାନର ଭଣ୍ଡାର ବିବେଚିତ ହୋଇଛି । ପ୍ରତ୍ୟେକ ଭିଡିଓରେ ସେ ଜଟିଳ ଧାରଣାକୁ ଅତ୍ୟନ୍ତ ସରଳ ଭାବେ ଉପସ୍ଥାପନା କରିଛନ୍ତି ।

Comments are closed.