ନୂଆଦିଲ୍ଲୀ: ଆଉ ମାତ୍ର ଦିନ ଦୁଇଟାର ଅପେକ୍ଷା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ । ଗୋଟିଏ ଗୋଟିଏ ପାଦ ସଫଳତା ଆଡକୁ ମୁହାଁଉଛି ଚନ୍ଦ୍ରଯାନ-୩ । ଏହାକୁ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି । ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ ଏଜେନ୍ସି ବା ଏସା (ESA) ଲାଣ୍ଡିଂ ସମୟରେ ଇସ୍ରୋକୁ ସାହାଯ୍ୟ କରିବେ ବୋଲ ସୂଚନା ମିଳିଛି ।
ଏପଟେ ବିକ୍ରମ ଲାଣ୍ଡର ଚନ୍ଦ୍ରପୃଷ୍ଠର ନୂଆ ଫଟୋ ପଠାଇଛି । ଚନ୍ଦ୍ରର ଯେଉଁ ଭାଗ ପୃଥିବୀକୁ ଦୃଶ୍ୟ ହୁଏ ନାହଁ ସେହି ଭାଗର ସୁନ୍ଦର ଫଟୋ ପଠାଇଛି । ଏହି ଫଟୋକୁ ଇସ୍ରୋ ତାର ଟୁଇଟର ପେଜରେ ସେୟାର କରିଛି । ୪ଟି ଫଟୋ ପଠାଇଛି ବିକ୍ରମ ଲାଣ୍ଡର। ଏହି ଫଟୋରେ ଚନ୍ଦ୍ର ପୃଷ୍ଠରେ ଭିନ୍ନ ଭିନ୍ନ ସ୍ଥାନରେ ଥିବା ବଡ ଗାତ ଏବଂ ବୋଲଡର ଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଏକ ବଡ ଗାତ ନଜର ଆସିଛି ଯାହାକୁ ବେଲ କୋବିଚ ନାମ ଦିଆଯାଇଛି । ଇସ୍ରୋର ସୂଚନା ଅନୁସାରେ ଏହି ଗାତରେ ପାଣି ଥାଇପାରେ । ତେବେ ଚନ୍ଦ୍ରପୃଷ୍ଠରେ କେଉଁଠି ଚନ୍ଦ୍ରଯାନ ଲାଣ୍ଡିଂ କରିବ ସେ ଜାଗା ସ୍ଥିର କରାଯାଇ ସାରିଲାଣି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ରୁଷ ଆରମ୍ଭ କରିଥିବା ତାର ଚନ୍ଦ୍ରାଭିଯାନ ବିଫଳ ହୋଇଛି । ଦ୍ରୁତ ଗତି ଯୋଗୁ ରୁଷର ଲୁନା-୨୫ର ଯାତ୍ରା ଇତି ମଧ୍ୟରେ ଶେଷ ହୋଇ ଯାଇଛି । ହେଲେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପାଇଁ ଲାଣ୍ଡର ରୋବର ତାର ବେଗ ଧୀମା କରି ସାରିଛି । ଯେଉଁ ସମୟରେ ବିକ୍ରମ ଲାଣ୍ଡର ଅବତରଣ କରିବ ସେତେବେଳେ ତାହାର ଗତି ପ୍ରତି ସେକେଣ୍ଡରେ ୨ ମିଟର ପାଖାପାଖି ରହିବ । ହେଲେ ହରାଇଜେଣ୍ଟାଲ ଗତି ପ୍ରତି ସେକେଣ୍ଡରେ ୦.୫ ରହିବ । ବିକ୍ରମ ଲାଣ୍ଡର ଗୋଟିଏ ପଟକୁ ୧୨ ମିଟର ନଇଁଥିବା ଅବସ୍ଥାରେ ଅବତରଣ କରିବ ବୋଲି ନାସା ପକ୍ଷରୁ କୁହାଯାଇଛି ।
ଏହି ଗତି, ଦିଗ ଏବଂ ସମତଳ ମାଟି ଖୋଜିବା ପାଇଁ ଏଥିରେ ଲାଗିଥିବା ପୋଜିସନ ଡିଟେକ୍ସନ କ୍ୟାମେରା, ଲେଜର ଅଲଟିମେଟର, ଲେଜର ଡାପଲର ବେଲୋସିଟିମିଟର ଏବଂ ଲାଣ୍ଡର ହରାଇଜେଣ୍ଟାଲ ଭେଲୋସିଟି କ୍ୟାମେରା ମିଶି କାମ କରିବ । ଯାହା ଫଳରେ ଲାଣ୍ଡର ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିବ ।
Chandrayaan-3 Mission:
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).This camera that assists in locating a safe landing area — without boulders or deep trenches — during the descent is developed by ISRO… pic.twitter.com/rwWhrNFhHB
— ISRO (@isro) August 21, 2023
Comments are closed.